ବୋଝିଲା ମନ....
ବୋଝିଲା ମନ....
ନିଶବ୍ଦ ରାତିରେ ଭାହୁଥାଏ ଖାଲି
ବିଗତ ଦିନ ର ସ୍ମୃତି ସବୁ ମୁହିଁ
ଆଖି ରେ ଆଜି ମୋ ନିଦ ଆସୁନାହିଁ
ଲୋତକ ରେ ଭରେ ମୋ ନୟନ ଦୁଇ l
କହିବି କାହାକୁ ଅକୁହା ବେଦନା
ହୃଦୟ କାନ୍ଦେ ମୋ ବାହୁନି ବାହୁନି
ନିଃସଙ୍ଗ ଜୀବନେ ଚାହିଁଥିଲି ସାଥି
ପାରିବ କି ଟିକେ ସ୍ନେହ ବୁଣିଦେଇ l
ଦୁନିଆ ଟା ଆଜି ଲାଗେ ରଙ୍ଗ ହୀନ
ଜୀବନ ଟା ଲାଗେ ତୁଚ୍ଛ ଆଶା ଶୂନ୍ୟ
ଭଲ ପାଇଥିଲି ଜୀବନଠୁ ବଲି
ସ୍ନେହ ବଦଳରେ ଘୃଣା ମୁଁ ପାଇଲି l
ସୁଖ ବଦଳ ରେ ଦୁଃଖ ଭରି ଦେଲ
ଦୁନିଆ ବାଜରେ ଚାହଁଥିଲି ସାଥି
ସୁଖ ର ସଉଦା କିଣିବିଜେ ମୁଁହି
ଆଶା ମୋର ଖାଲି ଆଶା ରେ ରହିଲା
ଲୁହ ର ସଉଦା କିଣିଲ ମୋ ପାଇଁ l
ଉଜୁଡା ମୋ ଘର ଉଜୁଡା ସଂସାର
କେତେ ତୋଳୁ ଥିଲି ମିଛେ ବାଲିଘର
ବୁଝିଲ ନି କେବେ ହୃଦୟ ମୋହର l
ଆଜି ମୁଁ ଭାବୁଛି ଭାଷା ହରା ହୋଇ
ଯାହା ବି ଦେଇଛ ଉପହାର ଭାବି
ଜୀବନ ସାରା ମୁଁ ସାଇତି ରଖିବି
ସାରା ଜୀବନ ମୁଁ କୋହ ର ଜୁଇ ରେ
ତୁମ ପାଇଁ ସାଥି ଝୁରି ମରୁଥିବି
ତୁମ ପାଇଁ ସାଥି ଝୁରି ମରୁଥିବି ।