ବୋଝ
ବୋଝ
ପରିବାର ସହ ଜୀବନ କାଟିଲି
ପିଲାମାନେ ଥିଲେ ଆଶା
ସବୁ କିଛି ବେଶୀ କରୁଥିଲି ମୋର
ପିଲାଙ୍କ ପାଇଁ ବିଶେଷ l
ପାଠପଢ଼ା ପାଇଁ ଭଲ ଟିୟୁସନ
ଯୋଗାଇଲି ଦୁଇ ଥର
ପାଠପଢି ପିଲେ ବଡ଼ ହୋଇଗଲେ
ଦୁଃଖ ଯିବ ଧିରେ ମୋର l
ପୁଅ ଦୁହେଁ ବଡ ଅଫିସର ହେଲେ
ମୁଁ ହେଲି ରିଟାୟାର୍ଡ
ସଂସାର ଦେଖିଲି କି ଦୁଃଖ କହିବି
ପିଲାଙ୍କ ବୋଝର ୱାର୍ଡ l
ଶୁଣିଲି ଧିରେ ମୁଁ କବାଟ କୋଣରେ
ବୋହୂ କହେ ରାଗି ରାଗି
କୁଆଡେ ନ ଯାଇ ଆମରି ପାଶରେ
ବୋଝ ହେଲା ମାଗି ମାଗି l
କପାଳ ସୁମରି ଦୁଇ ଧାର ଲୁହ
ଗଡି ଗଲା ଆପେ ହୋଇ
ଏତେ ବଡ଼ କଥା ଶୁଣିବାକୁ ଥିଲା
ଧିକରେ ଦଇବ ତୁହି l
ମରଣ ନ ହୋଇ ରହିବି କିପରି
କେତେ ଦିନ କାହା ପାଶ
ଭାଗ ଭାଗ କରିଦେଲେଣି ଶରୀର
ଦୁଇ ଘଡ଼ି ପାଇଁ ଆଶା l