STORYMIRROR

Pratima Satpathy

Children

4  

Pratima Satpathy

Children

ବୋଝ ଏ ବସ୍ତାନି

ବୋଝ ଏ ବସ୍ତାନି

1 min
10


ଛୋଟ ପିଲାଟିଏ ପାଠ ପଢିବାକୁ

     ଯାଏ ମୁଁ ବସ୍ତାନି ଧରି

ପିଠିରେ ମୋହର ଲଦା ହୋଇଥାଏ

     ଲାଗେ ଏକ ବୋଝ ପରି।

ସ୍କୁଲରେ ପ୍ରଥମ ଶ୍ରେଣୀରେ ପଢୁଛି

    ଖାତା ସିଲଟ ଓ ବହି

ତା ସାଥିରେ ହୋମ୍ ୱାର୍କ ପାଇଁ ଖାତା 

    ଓଜନ ପାରୁନି ବୋହି।

କୋମଳ ଶରୀର ବୋହି ପାରୁନାହିଁ 

    ବୋଝ ଏ ବସ୍ତାନି ଭାର

କମ୍ପିଟିସନ୍ ଏ ପାଠ ପଢ଼ା ପାଇଁ

    ହୋଇଯାଏ ହରବର।

ଶିଶୁର ଯନ୍ତ୍ରଣା କେହି ବୁଝନ୍ତିନି

    ସ୍କୁଲ ବ୍ୟାଗର ଓଜନ

ମାନସିକ ସ୍ଥିତି ଅନୁଧ୍ୟାନ କରି

    ପାରନ୍ତିନି କେହି ଜାଣ

ପାଠ ବହି ଛଡ଼ା ପାଣି ବୋତଲ ଓ

    ଟିଫିନ୍ ବାକ୍ସବି ଥାଏ

ସବୁ ଜିନିଷକୁ ଧରିବାକୁ ପିଠି

    ଅସମର୍ଥ ହୋଇଥାଏ

ବିଜ୍ଞାନ ଯୁଗର ପିଲା ଆମେମାନେ

    ମୋବାଇଲ୍ କମ୍ପ୍ୟୁଟର

ପାଠ ପଢା ଯଦି ହୁଅନ୍ତା ସ୍କୁଲରେ

    କଷ୍ଟ ହୋଇଯାନ୍ତା ଦୂର

ବସ୍ତାନି କୁ ଆଉ ପିଠିରେ ବାନ୍ଧିବା

    ଦରକାର ହୁଅନ୍ତାନି

ଲାପଟପ୍ ରେ ପାଠପଢିକି ଆମେ

   ହୋଇଯାନ୍ତୁ ମହା ଜ୍ଞାନୀ।

ଆହେ ସରକାର କରୁଛୁ ପ୍ରାର୍ଥନା

   ବସ୍ତାନି ହଟାଇ ଦିଅ

ଇଣ୍ଟର ନେଟର ସବୁ ସୁବିଧା ଯେ

    ସ୍କୁଲରେ କରିଦିଅ।

ଦଣ୍ଡ ମୁକ୍ତ ବିଦ୍ୟାଳୟ କରିଅଛ

    ସେ ପାଇଁ ଆମେ ସ୍ୱାଧୀନ

ବସ୍ତାନି ପାଖରୁ ମୁକ୍ତି କରିଦିଅ

    ଏହି ଆମ ନିବେଦନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children