STORYMIRROR

Tapan Dixit

Inspirational Romance

2  

Tapan Dixit

Inspirational Romance

ବୋଧହୁଏ ! ଯେଉଁଦିନ ପୁଂସତ୍ୱ ହାରିବି

ବୋଧହୁଏ ! ଯେଉଁଦିନ ପୁଂସତ୍ୱ ହାରିବି

1 min
2.8K


ବୋଧହୁଏ ! ଯେଉଁଦିନ ପୁଂସତ୍ୱ ହାରିବି,
*************
ବୋଧ ହୁଏ ! 
ଯେଉଁଦିନ ପୁଂସତ୍ୱ ହାରିବି.....
ହୋଇପାରେ ତୁମସାଥେ 
ବାସର ରଚିବି.......,
ଶରତ ର ରାତିଥିବ ,
କାଶତଣ୍ଡି ହସୁଥିବ,
ରାତ୍ରୀର ରଜନୀଗନ୍ଧା 
        ମାରୁଥିବ ହାଇ ....।।
(୧)ତୁମକୁ ମୁଁ........
ଶରତ ର ରାତିଥିବ 
କାଶତଣ୍ଡି ହସୁଥିବ,
ମୁଁ କିନ୍ତୁ ବସିଥିବି ହୃଦୟ ପଠାରେ 
ସାରାରାତି ଉଜାଗରେ ତୁମ ବାଟ ଚାହିଁ,
ରାତିର ରଜନୀଗନ୍ଧା ମାରୁଥିବ ହାଇ
ଶୂନ୍ୟତାରୁ ଶବ୍ଦ ତୋଳି 
ତୁମକୁ ମୁଁ ଡାକୁଥିବି 
ତୁହାଇ ତୁହାଇ ll
(୨)ବୋଧ ହୁଏ........!
ଅନେକ ସପନ ଗଲା
ଗୁରୁଣ୍ଡି ଗୁରୁଣ୍ଡି,
କୋହ ସବୁ ଡେଇଁଗଲେ 
ହୃଦୟ ଏରୁଣ୍ଡି,
ମୁଁ କିନ୍ତୁ ତୁମ ପାଇଁ ଆଜିବି ଶ୍ରୀଖଣ୍ଡି,
ଆଉ ଜମ୍ମା କହିବିନି 
ମୁଁ ତୁମକୁ ଭାରି ଭଲପାଏ
ବାସର ଦୀପଟା ଫୁଙ୍କି 
ସାଇତା ଗଜରା ଗୁଞ୍ଜି ଶ୍ୱାସ ରନ୍ଧ୍ରେ 
ଆଉ ଜମ୍ମା ଭାବିବିନି
ନିଶ୍ୱାସର ରାହା ସବୁ ଯେତେ ଶେଷ ହେବାଯାଏଁ
ମୁଁ  ତୁମର କିଏ ଲାଗେ ?
ତୁମର ବା କଣ ଆସେ ଯାଏ ?
ବୋଧ ହୁଏ ! 
ଯେଉଁଦିନ ପୁଂସତ୍ୱ ହାରିବି.....
ହୋଇପାରେ ତୁମସାଥେ ବାସର ରଚିବି ll
ତପନ ଦୀକ୍ଷିତ(ବେଳା ଭୂମି)୨୪.୯.୧୭
ନାଶିକେଶ୍ୱର, କାକଟପୁର, ପୁରୀ
 ଇ.ମେଲ: konark.dixit@gmail.com
ଦୁରାଭାଷ:9537400744


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational