Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Abstract Tragedy

4  

Sukadev Mahanta

Abstract Tragedy

ବନ୍ୟଜନ୍ତୁଙ୍କର ଅନ୍ତଃସ୍ବର

ବନ୍ୟଜନ୍ତୁଙ୍କର ଅନ୍ତଃସ୍ବର

1 min
222



ଶୁଣ ଶୁଣ ଆହେ     ଆଜିର ମାନବ 

      ଶୁଣ ଆହେ ସରକାର  

ଆମର ବି ଅଛି      ଅଭାବ ଅନେକ 

    ଆମର ବି ଅଛି ଦରକାର ।


 ତୁମପାଇଁ ଯେହ୍ନେ     ଇନ୍ଦିରା ଆବାସ 

       ସାଥେ ବିଜୁ ପକ୍କାଘର

 କେତେ ଥଇଥାନ      ଆବାସ ଯୋଜନା

        ପ୍ରଧାନ ମନ୍ତ୍ରୀଙ୍କର  ।


ବାସହୀନ ଆମ       ଦୁଃଖ ଅପ୍ରମିତ 

      ନାହିଁ ଆମ ପାଇଁ ଆହାର

ଖାଦ୍ୟ ସୁରକ୍ଷାର       ଆଇନ୍ ଆମପାଇଁ 

      ଜଣା ନାହିଁ କେତେ ଦୂର ।


 ଖାଦ୍ୟ  ନିରାପତ୍ତା     ପୁନର୍ବାସନୀତି

     ସବୁ ତୁମ ପାଇଁ  କର

ଭାବିଦେଖ ବାରେ      ଖାଦ୍ୟନିରାପତ୍ତା

     ଆମର ନାହିଁ କି ଦର୍କାର ।


ଅଣୁଠାରୁ  ରେଣୁ      ପଲ୍ଲୀଠାରୁ  ଦିଲ୍ଲୀ

        ବଣରୁ   ଭୁବନେଶ୍ବର 

 ଦିଲ୍ଲୀ ଚଲୋ ଆଉ    ଭୁବନେଶ୍ବର ଚଲୋ

     ଡାକେ  କମ୍ପିବ ଆମର ।


ହେ ମଣିଷ ଜାତି      ଆହେ ସରକାର  

     ଚିନ୍ତା କରି ଦେଖ ଏଥର 

କେବେଠାରୁ ହେଲ     ଅମଣିଷ ତୁମେ 

      ହେଲ  ପୁଣି   ସ୍ବାର୍ଥପର ।


ଆମ ପିଠିପରେ       ହେଉଥିଲ  ତୁମେ 

      ନିତି   ନିତି  ସବାର

ଯୁଦ୍ଧ କ୍ଷେତ୍ରଠାରୁ      ନଗର ଭ୍ରମଣ

      ସବୁଠି  ସାହା  ତୁମର ।


କାର୍ ବସ୍ ବ୍ୟୋମ-    ଯାନ ରେଳଗାଡି 

       କରିଅଛ   ଆବିଷ୍କାର

ସେଇଥିପାଇଁକି       ଆମକୁ ଭୁଲିଛ 

    କରି ଗର୍ବ ଅହଂକାର ।


ଭାଙ୍ଗି  ଦେଉଅଛ       ଆମ ବାସ ସ୍ଥାନ

       ଗଢି କାରଖାନା ନଗ୍ର

ବଣଜଙ୍ଗଲକୁ         ଲୋପ  କରିଅଛ

      ଛଡାଇ ନେଇ ଆହାର ।


ଆମ ପାଇଁ ନାହିଁ      ବିସ୍ଥାପନ  ନୀତି

      କାହିଁକି  ଦିଅ  ଉତ୍ତର

ତୁମପାଇଁ କର       ପୁନର୍ବାସ ନୀତି 

   କେବେ ହେବ କୁହ ଆମର ।


ଦୃଢ  ପ୍ରତିବାଦ     କରୁଅଛୁ  ଆମେ 

    ଜଣାଇ  ଦାବି  ଆମର

ଆମ ପୁନର୍ବାସ     ଖାଦ୍ୟର  ସୁରକ୍ଷା 

     ସ୍ବାଧିନତା ରକ୍ଷାକର ।


ହେ ମଣିଷ ଜାତି     ଜାଣି ରଖ ତୁମେ 

      ଶେଷ ମହଲତ ଆମର

ଆମ ଦାବି ଅଟେ     ନ୍ୟାର୍ଯ୍ୟ ଦାବି ତୁମେ

     ମାନି  ନିଅ  ସରକାର ।


ଯଦି ନ ମାନିବ      ନିଆଁ ଜଳାଇବୁ  

    ରଚାଇଦେବୁ ହାହାକାର

ଭାଙ୍ଗିଦେବୁ ଆମେ    ବଜ୍ର  ମୂଷଳକୁ

    ଉଜାଡିବୁ  ଗ୍ରାମ ନଗ୍ର ।


ପାଇବନି ତୁମେ      ଅମ୍ଳଜାନଟିକେ 

      ଶ୍ବାସରୋଧ ହେବ ତୁମର

 ବ୍ୟାଧି ଦୁର୍ବିପାକ     ମହାମାରୀ ଦ୍ବାରା

      ଉଚ୍ଛନ୍ନ ହେବ ସଂସାର ।


ମାନବ ସଭ୍ୟତା      ଅକାଳେ ହଜିବ

       ଏଇ ସବୁଜ ଗ୍ରହର

ଏ ଦୁଷ୍ଟ ମାନବ       ମୃତ ଦେହପରେ 

      ସୃଷ୍ଟିହେବ   ଜଙ୍ଗଲର ।


ହସିବ ଏ ଧରା       ପୁଣି ଆଉଥରେ  

       ଆଗମନେ ନବ ଯୁଗର

ଅକ୍ଷୟ ହୋଇବ       ଧର୍ମ ଜଗତରେ 

    ଜୟ ସତ୍ୟନ୍ୟାୟ ପୁଣ୍ୟର ।   


Rate this content
Log in

Similar oriya poem from Abstract