ବନ୍ୟା ଵିଵାଦ ଓ ବ୍ୟଥା
ବନ୍ୟା ଵିଵାଦ ଓ ବ୍ୟଥା
ଧାନ କେଣ୍ଡା ପେଟରେ ପେଟେ ପୁରାଇ
ତା ଆଖି ସାମ୍ନାରେ ଅଣନିଶ୍ୱାସୀ ଧାନ କିଆରି
ଗର୍ଭସ୍ତ ଶିଶୁ ର ମୃତ୍ୟୁ ର ଯନ୍ତ୍ରଣା
ଛାତି ଫଟା କୋହ ମାତୃ ହୃଦୟ ଟି ପରି
ରିଲିଫ ଚାଉଳ ଗଣ୍ଡେ ପାଇଁ
ଵଳି ପଡ଼ିଛି ତା କଷ୍ଟ
ଵନ୍ୟା ଵିଵାଦ ଓ ଵ୍ୟଥା ମଝିରେ
ସେ ଆଜି ଅତିଷ୍ଠ ।
ସୁଖିଲା ନଡା ଗଣ୍ଡେ ନ ପାଇ
ସଦ୍ୟ ପ୍ରସବା ମାଳେଇ ଗାଈ ର ଛୁଆ
ଥନ ରେ ମୁଣ୍ଡ କଚାଡେ
ମଣିଷ କଥା ଵୁଝିବାକୁ ସମୟ ନାହିଁ
ଗୋ ଖାଦ୍ୟ ବଣ୍ଟନ ଏଵେ ହେବ ନାହିଁ
ସେ କଣ ଏ ଵିବାଦ ରେ ନାକ ପୁରେଇ
ଅଣ୍ଟେ ପାଣି ରେ ଡାଳ ପତ୍ର
କେତୁଟା ଆଣି ନଥାନ୍ତା ଛିଡେଇ ।
ଭଙ୍ଗା ମାଟି କାନ୍ଥ ତଳୁ ଵହି ବସ୍ତାନି
ଖୋଜୁ ଥିବା ତା ପିଲା
ବନ୍ୟା ର ବିଵାଦ ଓ ବ୍ୟଥା
କୋହ ଚାପି ଅପେକ୍ଷା ରେ ଥାଏ
ପରୀକ୍ଷା ଫିସ୍ ଛାଡ଼
କିଏ ଵୁଝେ ତା ମନ କଥା ।
ପଲିଥିନ ଛାତ ତଳେ ଆକଶ କୁ ଚାହିଁ
ବାଲିଚର ଭିଟାମାଟି ଖରା ବର୍ଷା
ପ୍ରତୀକ୍ଷା କରିବାକୁ ପଡେ
ଘର ଭଙ୍ଗା ପଇସା ଟା ପାଇଁ
ବନ୍ୟା ର ବ୍ୟଥା ଓ ବିଵାଦରେ
ଦୋ ଛକିରେ ଅଭାବି ମଣିଷ ଟେ ପାଇଁ ।
