STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ବଞ୍ଚିବାର ରାହା

ବଞ୍ଚିବାର ରାହା

1 min
379

 

  ମଣିଷ ଆଜି ଖୋଜୁଛି ସାହା

   ସମଗ୍ର ମାନବ ଜାତି ଆଜି

   ଖୋଜୁଛି ବଞ୍ଚିବାର ରାହା ।

   

  କାହିଁ କେଉଁଠି ଦିଶେନି ବିଶ୍ଵାସ

   ମଣିଷ ଡରିଲାଣି ନେବାକୁ ଛାଡ଼ିବାକୁ

    ନିଜ ପ୍ରଶ୍ଵାସ ନିଃଶ୍ବାସ 

  ମଣିଷ ଆଉ ମଣିଷକୁ କରୁନି ଏବେ ଆହା

  ମିଛ ସଭ୍ୟତା ଓ ଶିକ୍ଷାର ଅଭିନୟ କରି

   ଆଧୁନିକତା ନାମେ ବାଟବଣା ହୋଇ

  ପ୍ରତି ମୁହୂର୍ତ୍ତେ ଖୋଜୁଛି ବଞ୍ଚିବାର ରାହା ।


  ଧନ ରୋଜଗାର 

   ମାନ ସମ୍ମାନର ଅକ୍ତିଆର ପାଇଁ

  ସଦା ସର୍ବଦା ହେଉଅଛି ବାୟା

  ଶାନ୍ତି ମୈତ୍ରୀ ପ୍ରତିଷ୍ଠା ପାଇଁ

   କାହା ମନେ ଓ ହୃଦେ ତିଳେ

    ଦେଖା ନ ଯାଏ ଦୟା

  ବୁଦ୍ଧିଜୀବି ପାଲଟିଛନ୍ତି ମୂକ

   ଶିକ୍ଷିତ  ସମାଜ ରକ୍ଷକ

   ମିଛ ଆଦର୍ଶର ନାରା ଦେଇ

  ମିଛିମିଛିକା ସାଜନ୍ତି ସମାଜ ସେବକ

   କା ମନେ ହୃଦେ ସମାଜ ସୁଧାରିବା ପାଇଁ

   ନାହିଁ ଦୟା କି ମାୟା

   ମଣିଷ ସୁଖ ଶାନ୍ତି ପାଇଁ ଆଜି 

    ଅଣନିଃଶ୍ୱାସୀ ହୋଇ

   ବଞ୍ଚିବା ପାଇଁ ଖୋଜୁଛି ରାହା ।

  

  ସାମାଜିକ  ଆର୍ଥିକ  ରାଜନୈତିକ

   ପରିବେଶ ଆମ କଳୁଷିତ

  ବିକାଶ ନାଆଁରେ ପୁଞ୍ଜିବାଦ ଆମ

   ସଭିଙ୍କୁ କରିଛି କବଳିତ

  ଗଣତନ୍ତ୍ର ଓ ସାମ୍ୟବାଦ ଏବେ ଭୂଲୁଣ୍ଠିତ

  ସୈତାନମାନଙ୍କ ଅତ୍ୟାଚାରରେ

   ସମଗ୍ର ମାନବ ଜାତି ଆଜି ହେବାକୁ

    ଗଲାଣି ଧ୍ଵସ୍ତ ବିଧ୍ୱସ୍ତ

  ତଥାପି ବିବେକୀ ମଣିଷ

    ହେବାକୁ ଚାହାଁନ୍ତିନି

  ଏ ସୈତାନମାନଙ୍କ ପାଖେ ପରାସ୍ତ

  ସେମାନେ ଅହରହ ଚେଷ୍ଟିତ ଅଛନ୍ତି

   ମାନବ ସମାଜେ ବାଣ୍ଟିବାକୁ

   ଶାନ୍ତି  ମୁକ୍ତି  ମୈତ୍ରୀ  କ୍ଷମା  ଦୟା

   ସତ୍ୟ  ଧର୍ମ  ନ୍ୟାୟ ପଥେ ଚାଲି

   ବିଶ୍ଵାସ ବନ୍ଧନେ ବାନ୍ଧି ପରସ୍ପରକୁ

  ଦିଅନ୍ତି ଆହ୍ଵାନ ହେ ମାନବ

   ତୁମେ ଖୋଜି ଚାଲ ଖୋଜି ଚାଲ

    ମାନବ କଲ୍ୟାଣ ତଥା 

    ମାନବ ଜାତି ପାଇଁ

  ଶାନ୍ତି  ମୈତ୍ରୀ  ଭ୍ରାତୃତ୍ଵ ପାଇଁ

   ଆମ ଆଗାମୀ ପିଢିଙ୍କ ପାଇଁ

   ଦର୍ଶେଇବା ପାଇଁ ନୂତନ ଦିଗଦର୍ଶନ

    ଗଢି ତୋଳିବା କିପରି ସଭିଏଁ ଆମେ

    ଆମ ପାଇଁ ଅହିଂସା ଦ୍ୱେଷ ହୀନ

    ଈର୍ଷା ଓ ପରଶ୍ରୀକାତରତା ବିହୀନ

    ନୂଆ ସକାଳର ନୂତନ ଶୈଳୀର

      ବଞ୍ଚିବାର ରାହା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy