STORYMIRROR

Alekha Pasad Moharana

Inspirational

4  

Alekha Pasad Moharana

Inspirational

ବଞ୍ଚିବାର ମୂଳମନ୍ତ୍ର

ବଞ୍ଚିବାର ମୂଳମନ୍ତ୍ର

1 min
188

ସୁଧିଜନେ

ମନ ଦେଇ

ଶୁଣ କର୍ଣ୍ଣେ

ସଂସାରର ଦିବ୍ୟ ମହତ ଚରିତ

ରୋଗ ଶୋକ

ଜରା ବ୍ୟାଧି

କିମ୍ପା ଆସେ  

ନିରବଧି କରେ ଜୀବନ ବିଅର୍ଥ।

ଚଳଣିର

ଅସଂଗତି

ସଦାଚାର

ପାଳନରେ ଯେବେ ଆସେ ଦୁଷ୍ଟମତି

ଶରୀରରେ

ସଂକ୍ରମିତ

ହୁଏ ବ୍ୟାଧି

ବ୍ୟତିକ୍ରମ ଦୁଷ୍ଟ ଜୀବନର ଗତି ।

ଭବ ରୋଗୁ

ଯିବା ତରି

ଗୁରୁଦେବ

ଆଶ୍ରାକରି ସାର୍ଥକ ହେବ ଜୀବନ

ନାମମୟ

ସେ ଚିନ୍ମୟ

ଚିଦାନନ୍ଦ  

ପାଦପଦ୍ମେ ତାଙ୍କ ନିଅରେ ଶରଣ ।

ମନମୂନ

କରି ଟାଣ

ଆଜ୍ଞା ଚକ୍ରେ

କର ଧ୍ୟାନ ସଦଗୁରୁ ସତନାମ

ମନ ହେବ

ନିୟନ୍ତ୍ରିତ

ସୁସ୍ଥ ସ୍ଵସ୍ଥ

ଶରୀର ହେବ ସ୍ଥିର ଗ୍ରହଣକ୍ଷମ ।

ପ୍ରବୃତ୍ତିର

ଶକ୍ତ ଫାଶ

ହୋଇଯିବ

ନିଶ୍ଚେ ଧ୍ୱଂସ ଗୁରୁ ମନ୍ତ୍ରର ପ୍ରଭାବେ

ସତ୍ତା ହେବ

ସମୁଜ୍ୱଳ

ଜୀବନର

ମହାଖେଳ ଶାନ୍ତି ବିରାଜିବ ଭବେ ।

ନିର୍ବ୍ୟାଧିତ

ହେବ ଧରା

ନାମ ସ୍ପର୍ଶ

ସଂଜୀବନି ସୁରା ଝରିବ ମରତେ

ଅଜ୍ଞାନର

ଅନ୍ଧକାର

ହୋଇଯିବ

ଧରାରୁ ଦୂର ସୃଜି ପ୍ରେମ ନିରତେ ।

ସଦଗୁରୁ

ମହାମେରୁ

ସତନାମ

ସତସଙ୍ଗ ଜୀବନ ମୂଳ ଆଧାର

ଧର୍ମକ୍ଷେତ୍ର

ଯୋଗସୂତ୍ର

ବଞ୍ଚିବାର

ମୂଳମନ୍ତ୍ର ଅସ୍ତିତ୍ୱର ଗଙ୍ଗା ଧାର ।



Rate this content
Log in

Similar oriya poem from Inspirational