STORYMIRROR

Sambit Srikumar

Tragedy Classics Inspirational

3  

Sambit Srikumar

Tragedy Classics Inspirational

ବଣମଲ୍ଲୀର ବାର୍ତ୍ତା

ବଣମଲ୍ଲୀର ବାର୍ତ୍ତା

1 min
178


ହେ ବନ୍ଧୁ!

ଯିବ ନାହିଁ ଭୁଲି

ଏଇ ଅକିଞ୍ଚନ ଅଧମକୁ

ହେଳାରେ ଅବା ସ୍ବେଚ୍ଛାରେ

ତୁମ୍ଭେ ତ ନନ୍ଦନବନର ପାରିଜାତ

ଚିର ଯୌବନା ଚିରହରିତ

ମୁହିଁ ବଣମୂଲକରେ ପ୍ରସ୍ଫୁଟିତ

ମୋ ବିନୁ କେହି ବି ଜାଣେନି

ମୋହର ମହକ ସୁବାସ

କେଇଟା ଦିନର ଆୟୁଷ

ତୁମ୍ଭ ସୌହାର୍ଦ୍ଦ୍ୟରେ ବିତାଇ

ଦେବାକୁ ଏକାନ୍ତ ଅଭିଳାଷ।

ବୃତ୍ତିଗତ ବ୍ଯସ୍ତତା

ବ୍ଯକ୍ତିଗତ ଅସୁବିଧା

ମାନସିକ ଦୁଶ୍ଚିନ୍ତା

ଶାରୀରିକ ଅସୁସ୍ଥତା

ପ୍ରବୃତ୍ତିଗତ ଅଳସତା

ମାନସିକ ଜଡ଼ତା

ସମୟର ସ୍ଵଳ୍ପତା

ପ୍ରତିକୂଳ ଅବସ୍ଥା

ହେତୁ ସନ୍ତାପିତ

ମୋର ଅନ୍ତରାତ୍ମା

କରି ନାହିଁ ବହୁଦିନୁ

ତୁମ୍ଭ ସାଥେ ବାର୍ତ୍ତା

ସେ ପାଇଁ କରିବନି

ତିଳେ ମନ ବ୍ଯଥା।

ପାରିପାର୍ଶ୍ବିକ ପରିସ୍ଥିତିର

ମୁହିଁ ଆଜ୍ଞାବହ ଦାସ

କେବେ ମତୁଆଲା ବାଆ

କେବେ ଅଣଚାଶ ବତାସ

ମୋତେ କରେ ଅସ୍ତବ୍ୟସ୍ତ

ମୁହିଁ ଦୀନ ଅରକ୍ଷୀତ

କରିବି ବା କିସ?

ସମ୍ଭାଳି ସମ୍ଭାଳି ସନ୍ତୁଳନ

ଏଇ ଜୀବନର ପାଏନି

ଫୁରୁସତ ଦୁନିଆ ସହିତ

ହେବାକୁ ସାକ୍ଷାତ।

ଧରିବନି ବନ୍ଧୁ ମନେ

ରାଗରୋଷ ଅଭିମାନ

ବାକି ଯେ କେଇଟା ଦିନ

କଟିଯିବ ଚାହୁଁ ଚାହୁଁ

ଆସିବ ସାୟାହ୍ନ

ଘୋଟିବ ତମସାର ମାୟା

କିଏ ଜାଣେ ସେଇ ତମସାର

କରାଳ ଗର୍ଭରେ ମୁଁ କେବେ

ହୋଇଯିବି ଲୀନ ନିଶ୍ଚିହ୍ନ।



Rate this content
Log in

Similar oriya poem from Tragedy