STORYMIRROR

Sadananda Sahoo

Abstract

2  

Sadananda Sahoo

Abstract

ବଂନ୍ଦେ ମାତରମ

ବଂନ୍ଦେ ମାତରମ

1 min
154

ପୃଥିବୀ ବକ୍ଷରେ ଭାରତୀ ମା'ହସେ 

    ବିଜୟର ଗାଥା ଗାଇ

ବିରଳତା ପ୍ରଥା  ପରମ୍ପରା ସତ୍ତା  

   ଏ'ସାରା ବିଶ୍ଵରେ ନାଇଁ


ସଂସ୍କୃତି ବିଭବି ଐତିହ୍ୟ ସରାଗି 

    ଅରଜିଛି  ମହାଖ୍ଯାତି

ଇତିହାସ ପୃଷ୍ଠା  କହେ ସତକଥା 

    ସୁନାମତା' ଯଶ କୀର୍ତ୍ତି


ବିଶ୍ଵରେ ଆଦୃତ ସଂସ୍କୃତିର ଚିତ୍ର 

    ନିଆରା ତା' ଭାବମୂର୍ତ୍ତି

ଜନ ଜୀବନର  ସୁଖ ଗନ୍ତାଘର 

   ସୁମଙ୍ଗଳେ  ସଦା ମତି


ଉତ୍କଳ ପ୍ରଦେଶେ ଚିତ୍ରଛବି ଭାସେ 

   ସଂସ୍କୃତିର ମହାସ୍ରୋତ

ଜଗନ୍ନାଥ ଧାମ ପବିତ୍ର'ଏକ୍ଷେତ୍ର 

    ସଭିଏଁ  ସାଜନ୍ତି ମିତ


ପୁରାଣେ ବର୍ଣ୍ଣିତା ଧର୍ମୀୟ ସଂହିତା 

   ଦ୍ଵାପର ତ୍ରେତୟା ଗାଥା

ରାମ କୃଷ୍ଣ ଲୀଳା ଶିକ୍ଷଣୀୟ ବାର୍ତ୍ତା 

   ନଇଁପଡେ ଆପେ ମଥା


ସଭିଏଁ ସମାନ କେହି ନୁହେଁ ଆନ 

    ଜାତି ଧର୍ମେ  ଏକାକାର

ବର୍ଣ୍ଣ ବିଶେଷାଙ୍କ  ନୁହଁଇ ବାଧକ 

    ଉପହାର  ଭାରତୀର


ବିଭିନ୍ନତା ମଧ୍ୟେ ଭାରତୀମା' ହସେ 

    ଏକତାର  ମନ୍ତ୍ରଗାଇ 

ଗୋଟିଏ ମାଆର କୋଟିଏ ସନ୍ତାନ 

    ଉଦାର ହୃଦୟା ସେଇ


ଅହିଂସାକୁ ବ୍ରତ କରିଛି ମାଆ ସତ

    ଏକଥାରେ  ଦ୍ଵିଧାନାହିଁ  

ଏ'ବିଶ୍ଵ ଜାଣିଛି  ଭାରତୀମା ମତି

   ହିଂସାଦ୍ଵେଷ ଶୂନ୍ୟସେହି


ବିଶାଳ ଭୂଖଣ୍ଡ  ସୁରମ୍ୟ ସୁନ୍ଦର 

    ବିସ୍ତୃତ'ତା  ବେଳାଭୂମି  

 ହିମପାଦ ଦେଶ ରାଜସ୍ଥାନ ଭୂମ 

   ସୌନ୍ଦର୍ଯ୍ୟା ବିଭବା ନାମି


କାଶ୍ମୀର ଅଙ୍ଗରୁ  ପଣତ ମେଲିଛି 

    କନ୍ୟା କୁମାରୀରେ ପ୍ରାନ୍ତ

ହିମାଳୟ ବକ୍ଷେ ପାଦସେ ଥାପିଛି 

    ଚିର ବନ୍ଦନୀୟା ମାତ


ବନ୍ଦେ ମାତରମ  ମୁଖରିତ ଶବ୍ଦ 

    ଜୟ ମା' ଭାରତୀ ଜୟ

ତୋହରି ସନ୍ତାନରଖିବେ ତୋ'ମାନ 

    ତୋ'କୀର୍ତ୍ତି ହେବନି କ୍ଷୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract