Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ବଂଦୀବଂଦୀ କଣ କରିପାରେକ’ଣ ବା କର

ବଂଦୀବଂଦୀ କଣ କରିପାରେକ’ଣ ବା କର

1 min
191



ବନ୍ଦୀ କଣ କରିପାରେ

କ’ଣ ବା କରି ନ ପାରେ ?

ବଂଦୀତ୍ବର ବୃତ୍ତ କେନ୍ଦ୍ରବିଂଦୁରୁ

ମିସାଇଲ୍ ମାଡ ହୁଏ ବିଚାର ପତଂକ କାର୍‌କେଡକୁ

ପୁଣି ମେଡିକଲ ଚେକ୍‌ଅପ୍‌ରେ ଯାଇଥିବା ବଂଦୀ

ହଜାଇଦିଏ ତାର ପରିଚୟ ଜେଲ୍‌ର ରୋଷ୍ଟର-ରୁଲ୍‌ରୁ ।

ସିନେ ତାରକାଟିଏ ବଂଦୀ ହେଲ

ରାତାରାତି ବଦଳିଯାଆନ୍ତି ଗୋଟେ ରାଜ୍ୟର ବିଚାରପତି

ଏଠି ନ୍ୟାୟ ବି ବସିଛି ଗଧାରୀର ଅଂଧପୁଟୁଳି ପିଂଧ୍

ସେ କାଠଡରେ ବ୍ରେକିଂ ନ୍ୟୁଜ ମିଳିଯାଏ ମିଡିଆଙ୍କୁ-ଜନତାଙ୍କୁ

ଗୋଟିଏ ସ୍ମାରକୀ ଗଙ୍ଗାର ନାୟକ ନାୟିକା ନିର୍ବୋଷ

ପୁଣି ଏକ ଭବ୍ୟ ସ୍କାରକୀ ନିର୍ମାଣର ଅୟମାରଂଭ

କ’ଣ ଆସନାଧୀନ ନ୍ୟାୟାଧୀଶ

ଦେଖି ପାରଂତିନି ବିଟୁଇନ୍ ଦି ଲାଇନ୍ସ ?

ନ୍ୟାୟକୁ ଚର୍ବିତ ଚର୍ବଶ କରି ପରଷି ଦେବାରେ

କିଏ ଉପରକୁ ଉଠେ ଓ କିଏ ତଳକୁ ଯାଏ ?

ବଂଦୀ କ’ଣ ବା କରିନ ପାରେ

କେବଳ ଅସ୍ତ ଗୋଧୂଳିର ସୂର୍ଯ୍ୟ ଓ ଅମାବାସ୍ୟାର ଚଂଦ୍ରକୁ

ବନ୍ଦୀ ଦେଖି ପାରେ ନା- କାହିଁକି ନା

ଏହା ସର୍ବତ୍ର ଅଦୃଷ୍ଟ

ଏବେ ବନ୍ଦୀମାନେ ପ୍ରସ୍ତୁତ ହୁଅନ୍ତି

ଆଇ.ପି.ଏଲ୍. ରେ ବେଟିଂ କରିବାକୁ-

କ୍ୟାଲେଣ୍ଡର ର ପୃଷ୍ଠା ବଦଳିଯାଏ

ବନ୍ଦୀ ଶାଳାର ଡି.ପି.ଆର୍ ମେଳ ଖାଏନା

ୱାର୍ଡନ ଠୁ ଜେଲ ସୁପରିଣ୍ଟେଟ୍ ସଭିଏଁ ଘର୍ମାକ୍ତ

ଆଉ ମୁଁ ସ୍ବତଃ ପ୍ରବୃତ୍ତି ଭାବେ ପହଂଚିଯାଏ ମେଡିକାଲ ୱାର୍ଡରେ

ସବୁ ହିସାବ ଲାଗିଯାଏ- ସମସ୍ତେ ସ୍ଵସ୍ତିର ନିଃଶ୍ବାସ ମାରନ୍ତି

ଆଉ ବନ୍ଦୀଶାଳର ନିଅନ୍ ଲାଇଟ୍‌ରେ

ମୁଁ ଲେଖିଲେ ବାକି ଇତିହାସ ।।


Rate this content
Log in

Similar oriya poem from Classics