STORYMIRROR

Chinmaya Kumar Nayak

Inspirational

3  

Chinmaya Kumar Nayak

Inspirational

ବନ୍ଦୀ

ବନ୍ଦୀ

1 min
11.5K

କେମିତି ଲାଗୁଛି ଏ ବନ୍ଦୀର ଜୀଵନ

ଅହଙ୍କାରୀ ହେ ମଣିଷ ?

କେମିତି ଲାଗୁଛି ଆଜି ହାରିବାର

ତିକ୍ତ ଅନୁଭବେ ହୃଦୟ ପରାସ ?


ବିଶ୍ୱର ଶ୍ରେଷ୍ଠ ଜୀଵ ହୋଇ ବି

ତୁ ଆଜି କାହିଁକି ହତାଶ,

ଆଖିକୁ ଦିଶୁନଥିବା ଭୁତାଣୁଟେ

ଆଜି ଦେଖ କରିଛି ଅବଶ।


ପ୍ରକୃତିକୁ ଖଣ୍ଡିତ କରିବାରେ

କେବେତ ତୁମେ କରିନ ବିଳମ୍ବ

ବିଜ୍ଞାନ ଶକ୍ତିରେ ତୁମେ ଗଢିଛ

ବିଳାସର ନାନାଦି ଦରବ।


କେବେ ଦେଖିଛ ସ୍ରଷ୍ଟାଙ୍କ ସୃଷ୍ଟିର

ତୁମେ କି ଦଶା କରିଛ?

ଆଜି ପ୍ରକୃତି କରିଛି ବନ୍ଦୀ ସମ୍ମୁଖରେ

ମୃତ୍ୟୁର ତାଣ୍ଡବ ବିଭତ୍ସ।


ଦିନେ ତୁମେ ଯାଇଥିଲ ଚନ୍ଦ୍ରପୃଷ୍ଠେ

ପ୍ରଯୁକ୍ତିର ବାହାସ୍ଫୋଟ ମାରି,

ଆଜି ଦେଖ ଗୃହବନ୍ଦୀ ତୁମେ

ଏରୁଣ୍ଡିକୁ ଡେଉନାହଁ ଡରି।


ସମ୍ପଦ ହାରିଛି ଆଜି ଆକସ୍ମିକ ବିପଦର

ଧ୍ୱଂସ ଲୀଳା ଆଗେ

ଆୟୁଷ ଲୁଚିଛି ଆଜି ବିଷାଣୁଟେର

ପ୍ରାଦୁର୍ଭାବ ଆଗେ।


କାହିଁ ଗଲା ତୁମର ସେ ଚିକିତ୍ସା ବିଜ୍ଞାନର

ମହା ଚମତ୍କାର ଶକ୍ତି,

ନିରୁପାୟ ହୋଇ ଆଜି ଚକିତ କି

ଦେଖି ପ୍ରକୃତିର ଶକ୍ତି ?


ଧୂଳିସାତ ଆଜି ନତମସ୍ତକରେ

ତୁମ ଅହଂର ସାମ୍ରାଜ୍ୟ

ସଙ୍କଟ ଟଳିବ ଏକା ପ୍ରାର୍ଥନାର ଦୀପ

ଜାଳି ଧରିଥାଅ ଧୈର୍ଯ୍ୟ।


ଧରାକୁ ଆଉ ନମଣି ସରା

ମାତୃଭାବେ ଦିଅ ବନ୍ଦି,

କୃତକର୍ମର କ୍ଷମା ମାଗିନିଅ

ଲୋଟି ପଦେ କାନ୍ଦି କାନ୍ଦି।


ଆସ ମିଳି ସର୍ବେ ପ୍ରକୃତି ସେବାରେ

ଢାଳି ଦେବା ମନ ପ୍ରାଣ,

ମନୁଷ୍ୟତ୍ୱର ମହାମନ୍ତ୍ର ଗାଇ

ଭରିଦେବା ବିଶ୍ୱ ପ୍ରାଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational