STORYMIRROR

Mr.GAGAN BIHARI NAYAK

Romance

3  

Mr.GAGAN BIHARI NAYAK

Romance

ବନ୍ଧୁତ୍ଵର ବନ୍ଧନ

ବନ୍ଧୁତ୍ଵର ବନ୍ଧନ

1 min
430


ସାଥୀ ହିନ ହୋଇ ରହି ଥିଲି ଯେବେ

  ତୁମେ ହାତ ଦେଲ ଛନ୍ଦି ।

ତୁମ ବନ୍ଧନର ପ୍ରଣୟ ଫାଶରେ 

  ହେଇ ଗଲି ଶେଷେ ବନ୍ଦୀ ।।


ବାପା ମା' ଛାଡି ଯିବା ଆଗରୁ 

  ତୁମ ସାଥେ କଲେ ଦେଖା

ତୁମ ସାଥେ ମିଶି ଚଳିବା ପାଇଁକି

  କେତେ ଖଡିପାଠ ଦେଖା ।।


ତାପରେ ହୋଇଲା ତୁମ ସହ ମୋର ପ୍ରଥମ ଦେଖା ପର୍ବ ।

ସେଇ ଦିନ ଦେଖି ହୋଇ ଗଲି ଖୁସି

  ମନେ ମୋର ହେଲା ଗର୍ବ।।


ଭାବିଲି ଗୋଟିଏ ସବୁଠୁ ସୁନ୍ଦରୀ

 ହେବ ମୋର ପ୍ରିୟତ୍ତମା ।

ସେଇ ହେବ ମୋର ପ୍ରୀତିଲଗ୍ନା ପ୍ରିୟା

  ମୋ ଘରର ରାଜ ଜେମା ।।


ତା ହାତ ଧରି ମୁଁ ଘରକୁ ଆଣିଲି

  ସେ ଦିନୁ ହେଲା ମୋ ସାଥୀ

ସେ ସାଥୀକୁ ନେଇ ବିତିଗଲା ମୋର

    ଅନେକ ଦିନର ପ୍ରୀତି ।।


ପରମ ବନ୍ଧୁ ମୋ ଶ୍ରେଷ୍ଠ ବାନ୍ଧବୀ

  ମୋ ଜୀବନେ ମୋ ପ୍ରିୟା ।

ଯାହାକୁ ଦେଖିଲେ ପ୍ରତିଟି ଦିନ ମୋ

   ଲାଗେ ଭାରି ନୂଆ ନୂଆ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance