STORYMIRROR

Shashanka sekhar Ray

Abstract

3  

Shashanka sekhar Ray

Abstract

ବନ୍ଧୁତା

ବନ୍ଧୁତା

1 min
12K

ଦିନେ ନ ଦେଖିଲେ ପାରେନି ରହି

ଯେତେ ଦୁରେ ଥିଲେ ବି ତୁମେ

ରହିପାରେନି ଏକା ଏକା ମୁଁ

ଛୁଟିଆସେ ତୁମ ପାଶେ 

କାହିଁକି କେଜାଣି ଭାରି ଭଲ ଲାଗେ

ତୁମ ସହ ଦୁଇ ପଦ କଥା ହେଲେ

ସରାଗରେ ଚାହିଁ ଦେଉ ଆମେ ପରସ୍ପର ଯେବେ ଏକାଠି ହେଉ ।


ଅନେକ ଦିନରୁ ତୁମ ସହ ମୋର ସମ୍ପର୍କ

ହୃଦୟ ସହ ଦୃଦୟର ମିଳନ ଆମର

ଭେଦଭାବ ନାହିଁ ଜାତି ଧର୍ମର ମଣିଷ ଭଳି

ଅଫିମ ନିଶାରେ ମଣିଷ ଏଠି

ଗର୍ଵ ଅହଂକାରେ ଦେଖାଏ ଆତ୍ମବଡିମା

ଉପରେ କୋମଳ ଭିତରେ କଠୋର ।


କୋମଳ ହୃଦୟ ଦୁଇଟି ଆମର

ନାହିଁ କିଛି ସ୍ଵାର୍ଥ ଭୁଲି ଭେଦଭାବ

ବଞ୍ଚିବାର ମାନେ ବନ୍ଧୁତାରେ ଥାଏ

ସମ୍ପର୍କ ଆମର ଯେମିତି ଯୁଗଯୁଗର

ଆମକୁ ଦେଖି ଶିଖୁନି କାହିଁ ଏ ମଣିଷ ଜାତି

ପରସ୍ପର ଶତ୍ରୁ ସାଜନ୍ତି ନିଜକୁ ଜାଳି ।


ହତିୟାର ଉଠିଯାଏ କଥା କଥାକେ

ରାଗ ହିଂସା ମନେ ଭରିଥାଏ ସଦା

ଦୃଦୟ ଦେଇ ପାଇହୁଏନି

କାହାକୁ ଟିକେ ଭଲ ପାଇ

 ଭଲ ପାଇବାରେ ବି ସ୍ଵାର୍ଥ ଥାଏ

ଭିତରେ ଚେରକାଟି ଉପରେ ପାଣିଚିଆ ହସ

ନାହିଁ କେବେ ମଣିଷ ଜାତି ଭଳି 

ଦେଖ କେମିତି ଆମର ବନ୍ଧୁତା 

ବିନା ସ୍ଵାର୍ଥେ ଜାତିଅଜାତି ଭୁଲି

ହସୁଛୁ ସଦା କୋମଳ ଫୁଲଟିଏ ସାଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract