Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Action Classics Others

4.0  

Lokanath Rath

Action Classics Others

ବନ୍ଧୁତ୍ୱର ସ୍ମୃତି

ବନ୍ଧୁତ୍ୱର ସ୍ମୃତି

1 min
375



ବର୍ଷ ପରେ ବର୍ଷ କେତେ ବିତି ଗଲା 

  ବୟସ ଯାଉଛି କହି କହି, 

ତଥାପି ଅତୀତ କହୁଛି ତୁନି ତୁନି ଆଜି 

  ଖୋଲି ସ୍ମୃତିର ଅଭୁଲା ବହି |


ପିଲାଦିନ କଥା ମନେପଡେ ଯେବେ ଆଜି 

  ମନେ ମନେ ହସେ ବସି, 

ଭାବେ ଏବେ ସେହି ଦିନ ସବୁ ସତେ 

  ଯାଇଛି ଆମ ହାତରୁ ଖସି |


ସେହି ଥଟ୍ଟା ମଜା, ଗୋଡ଼ ଟଣା ଟଣି 

  ଦୁଷ୍ଟାମୀ ଆଉ ଆମ ଖେଳ, 

ସବୁରି ଭିତରେ ଥିଲା ଏହି ବନ୍ଧୁତ୍ୱର ଭାବ 

  ଖାଲି ବୟସ ହୋଇଛି କାଳ |


ତଥାପି ଭାବୁଛି ଦୁନିଆ ଯେତେ ଯାହା କହୁ 

  ବୟସ ବଢିଛି ସମୟର ସଙ୍ଗେ, 

ତଥାପି ଏହି ମନ ଆଉ ବନ୍ଧୁତ୍ୱର ସେତୁ 

  ଏବେବି ତାଜା ତାଜା ଲାଗେ |


ବୟସକୁ ନେଇ ସମୟ ଖେଳୁଛି ସିନା ଖେଳ 

  ହେଲେ ଆମ ଚିନ୍ତନ ଆଜି, 

ସମୟକୁ ଦେଖି ହାରିନାହିଁ ଶକ୍ତି ଆଉ ଉଦ୍ଦୀପନା 

  ମାରିଛି ତାର ସାଥେ ବାଜି |


କାଳର ଚକ୍ରାନ୍ତ କାନ୍ଧରେ ଭରିଛି ଦାୟିତ୍ୱର ବୋଝ 

  ଯାହା ରଖିଛି ଆମକୁ ଦୁରେଇ, 

କିନ୍ତୁ ଆମ ବନ୍ଧୁତ୍ୱର ଡୋର ବାନ୍ଧି ରଖିଛି 

  ଯାହା କେହି ନପାରେ ଭୁଲାଇ |


ଥିଲେ ଆମେ ବନ୍ଧୁ, ଏବେ ବି ରହିଛେ 

   ରହିଥିବା ଅନ୍ତ ବେଳ ଯାଏ, 

ଏହା ଅଟେ ଅମର ଯୁଗ ଯୁଗ ପାଇଁ 

   ଦେଖି ସମୟ ବି ହାରିଯାଏ |


ଦେଖିଛି ଅତୀତ,ରହିଛି ସାକ୍ଷୀ ଭବିଷ୍ୟତ ପାଇଁ 

  ଏହା ଆମ ବନ୍ଧୁତ୍ୱର ସ୍ମୃତି, 

ଏହା ଅଟେ ଆମ ଜୀବନର ଅମୂଲ୍ୟ ସମ୍ପଦ 

   ରଖିବା ଏହାକୁ ଆମେ ସାଇତି |


Rate this content
Log in