ବନ୍ଧୁକ ମୁନ
ବନ୍ଧୁକ ମୁନ
ବଡ଼ କଷ୍ଟରେ ପାଇଁଚେ ଜୀବନ ,ସାର୍ଥକ କରିବାକୁ ହେବ ,
ନିଜ କର୍ମ ବଳେ ବଢିଲେ ,ଜୀବନ ସଫଳ ହେବ |
ଜନ୍ମ ପାଇଛେ,ଏହି ଦୁନିଆରେ କର୍ମ କରିବା ପାଇଁ ,
କର୍ମ ହିଁ ଜୀବନ ,ମାର୍ଗ ସିଏ ସାର୍ଥକତା ପାଇଁ |
ବୁଝିବାକୁ ହେବ ଜୀବନର ମର୍ମ ,ସବୁ ଧର୍ମ ଅଧର୍ମକୁ ,
ଧର୍ମକୁ ଆଦରି କର୍ମ କରିଗଲେ ,ଛୁଇଁବ ସଫଳତାର ଶୀର୍ଷକୁ |
ଏହି ଦୁନିଆରେ ଘୁରାନ୍ତି କେତେ ,ଅଧର୍ମକୁ ସାଥି କରି ,
ଧର୍ମର ମୁଖା ପିନ୍ଧି ,ହୁଅନ୍ତି ସେମାନେ ଅନ୍ୟାୟୀ ଅତ୍ୟାଚାରୀ |
ଜନ୍ମିଛେ ଏହି ମାଟିରେ ,ଏହି ଦେଶ ଆମ ମାତୃଭୂମି ,
ଆଦରି ସଭିଙ୍କୁ ,ଏକାଠି ରଖିଛି ଆମ ଏହି ଜନ୍ମଭୂମି |
କେତେ କେତେ ବିଦେଶୀ ,ଯେବେ ଆସିଛନ୍ତି ଏହି ଦେଶେ ,
ଲୁଣ୍ଠନ କରି ଆମକୁ ମାରିଛନ୍ତି ସତ ,ହାରିଛନ୍ତି ଶେଷେ |
ବନ୍ଧୁକ ମୁନରେ ରଖି ନୀରିହଙ୍କୁ ,କରିଛନ୍ତି ବଡ଼ ହୀନିମାନ ,
ଜୀବନକୁ ଡରି କେହି କେହି ,କରିଛନ୍ତି ଆତ୍ମ ସମର୍ପଣ |
ଚାହିଁଛନ୍ତି ଯେବେ କରିବାକୁ ନଷ୍ଟ ,ଆମ ସଂସ୍କୃତି ସଂସ୍କାରକୁ ,
ପ୍ରତିବାଦ କରିଛନ୍ତି କେତେ ଶହୀଦ ,ନଡରି ବନ୍ଧୁକ ମୁନକୁ |
ଅଧର୍ମୀ ସେହି ଅତ୍ୟାଚାରୀ ସବୁ ,ଲଙ୍ଘିଛନ୍ତି ଯେବେ ସୀମା ,
ବନ୍ଧୁକ ମୁନ ଓଲଟି ଯାଇଛି ,ମାନିନାହିଁ ବୋଲ ଜମା |
ଆମରି ମାଟିରେ ,ଆମରି ଧନରେ ଧନୀ ହୋଇଥିଲେ ଜାଣ,
ତାଙ୍କ ବନ୍ଧୁକ ମୁନ ହାରିଯାଇଛି ,ଦେଖି ଆମ ସ୍ୱାଭିମାନ |
ଆମରି ଦେଶର ଦେଶଭକ୍ତ ସବୁ ,ଦେଇଛନ୍ତି ଉଚିତ ଶିକ୍ଷା ,
ତାଙ୍କ ବନ୍ଧୁକ ମୁନ ,କରି ପାରିନାହିଁ ତାଙ୍କ ରକ୍ଷା |
ଭାବିଥିଲେ ସିଏ ବନ୍ଧୁକ ମୁନରେ ,କରିବେ ଆମକୁ ଶାସନ ,
ନଷ୍ଟ କରିବେ ଆମ ଗୌରବ ,ଆମ ମାନ ସମ୍ମାନ |
ଅଜ୍ଞ ଥିଲେ ସବୁ ,ଜଣା ନଥିଲା ଏମାଟିର ମହତ ,
ବନ୍ଧୁକ ମୁନ କାମ କଲା ନାହିଁ ,ହେଲେ ମର୍ମାହତ |
ଏବେବି କହୁଚୁ ଆମେ ଭାରତୀୟ ,ଆମ ଦେଶ ମହାନ ,
ବନ୍ଧୁକ ମୁନ ଜିତି ପାରିବ ନାହିଁ ,ଆମ ସ୍ୱାଭିମାନ |
ହୁସିଆର ତୁମେ ଖବରଦାର,ଏବେ ବୁଝ ଆମ ଶକ୍ତିକୁ ,
ନଦେଖାଅ ଆଉ ତୁମରି ସେହି ଅଧର୍ମର ବନ୍ଧୁକ ମୁନକୁ |
ଆମେ ଶାନ୍ତିର ପୂଜାରୀ ,ଆମ ଦେଶ ଅଟେ ମହାନ ,
ତୁମ ବନ୍ଧୁକ ମୁନକୁ ଓଲଟାଇ ଦେଇ ,ରଖିବୁ ସମ୍ମାନ |
