ବନ୍ଧୁ
ବନ୍ଧୁ
ତୁମକୁ ଭୁଲିବି କେମିତି ତୁମେତ
ଦେଇଛ ମୋତେ ଅଭୁଲା ମୁହୁର୍ତ୍ତମାନକୁଂ ଆଣି
ମୋ ହାତ ପହାନ୍ତାରେ
ଅନ୍ତରଂଗ ସମୟ ଯେତେକ,
କଟେଇଛି ତୁମ ସହିତରେ
ଦୁଃଖେ ତେମେ ହସେଇଛ,
ଛଳନା କରିଛ କେତେ ଦେଖିବାକୁ
ମୋ ମନର ବିରକ୍ତିକର କାରକ ଗୁଡାକୁ
ଚିହ୍ନେଇଛ ସଂପର୍କର ରଂଗ ମଖା ମୂଖାଧାରୀ
ଶୋଷକ ମାନଙ୍କୁ
ବୁଝେଇଛ ଜୀବନ ଗଣିତେ ଥିବା,
ବିଯୁକ୍ତର ସାଙ୍କେତିକ ପ୍ରତୀୟ ମାନକୁଂ
କେମିତି ସହଜରେ ଭୁଲିବି ସେ ଅତୀତକୁ
ଯେଉଁଠି ତୁମ ହାତେ ତୋଳି ଦେଇଛ ସ୍ମୃତିର ମୀନାର
ଚିର ଭାସ୍ବର ସେ ଅଜେୟ ଅମର
ମେଞ୍ଚାଏ ଶୂନ୍ଯତାରେ ତୁମେ ବାସ୍ତବ ଅନଭବ ଟିଏ
ତୁମେ ପୁରଣ କରିଛ ସଦିଛା ମୋ ବିନା ସର୍ତ୍ତେ
ହୋଇ ଅତି ପ୍ରିୟ ବନ୍ଧୁଟିଏ
ଖୁଦ ଭଜା ଠାରୁ ଯାର ଅଧିକ ଅମୃତର ସ୍ବାଦ
କୃଷ୍ଣା ଠାରୁ ନିମ୍ନ ନୁହେଁ ଯେ ପ୍ରଗାଢ ସଂପର୍କେ
ଭୂଲିକି ହେବ ସେ ସଂପର୍କର ଗାଢତ୍ବର ମର୍ମ କେବେ
ଜନ୍ମ ଜନ୍ମାନ୍ତରେ