STORYMIRROR

Mr.GAGAN BIHARI NAYAK

Classics

3  

Mr.GAGAN BIHARI NAYAK

Classics

ବନ୍ଧୁ

ବନ୍ଧୁ

1 min
290

ତୁମକୁ ଭୁଲିବି କେମିତି ତୁମେତ

ଦେଇଛ ମୋତେ ଅଭୁଲା ମୁହୁର୍ତ୍ତମାନକୁଂ ଆଣି

ମୋ ହାତ ପହାନ୍ତାରେ

ଅନ୍ତରଂଗ ସମୟ ଯେତେକ,

କଟେଇଛି ତୁମ ସହିତରେ

ଦୁଃଖେ ତେମେ ହସେଇଛ,

ଛଳନା କରିଛ କେତେ ଦେଖିବାକୁ

ମୋ ମନର ବିରକ୍ତିକର କାରକ ଗୁଡାକୁ

ଚିହ୍ନେଇଛ ସଂପର୍କର ରଂଗ ମଖା ମୂଖାଧାରୀ

ଶୋଷକ ମାନଙ୍କୁ

ବୁଝେଇଛ ଜୀବନ ଗଣିତେ ଥିବା,

ବିଯୁକ୍ତର ସାଙ୍କେତିକ ପ୍ରତୀୟ ମାନକୁଂ

କେମିତି ସହଜରେ ଭୁଲିବି ସେ ଅତୀତକୁ

ଯେଉଁଠି ତୁମ ହାତେ ତୋଳି ଦେଇଛ ସ୍ମୃତିର ମୀନାର

ଚିର ଭାସ୍ବର ସେ ଅଜେୟ ଅମର

ମେଞ୍ଚାଏ ଶୂନ୍ଯତାରେ ତୁମେ ବାସ୍ତବ ଅନଭବ ଟିଏ

ତୁମେ ପୁରଣ କରିଛ ସଦିଛା ମୋ ବିନା ସର୍ତ୍ତେ

ହୋଇ ଅତି ପ୍ରିୟ ବନ୍ଧୁଟିଏ

ଖୁଦ ଭଜା ଠାରୁ ଯାର ଅଧିକ ଅମୃତର ସ୍ବାଦ

କୃଷ୍ଣା ଠାରୁ ନିମ୍ନ ନୁହେଁ ଯେ ପ୍ରଗାଢ ସଂପର୍କେ

ଭୂଲିକି ହେବ ସେ ସଂପର୍କର ଗାଢତ୍ବର ମର୍ମ କେବେ

ଜନ୍ମ ଜନ୍ମାନ୍ତରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics