ବନ୍ଧୁ
ବନ୍ଧୁ
ଯେତେ ଉପହାର ଏ ଜୀବନେ ମିଳେ
ସବୁ ଲାଗେ ଛୋଟ ବନ୍ଧୁ ମିଳିଲେ
ବନ୍ଧୁର ବିହୁନେ ରସହୀନ ଲାଗେ
ଧନ ଜନ ଯଶ ଯେତେ ବି ଥିଲେ I
ବେଳ ଅବେଳରେ ସାହା ହୁଏ ଯିଏ
ଠିଆ ହୁଏ ସାଥେ ଯାଏନି ଛାଡ଼ି
ବିପଥରୁ ଯିଏ ଆଣେ ଲେଉଟାଇ
ହାତ ଧରି ଉଠାଏ ଗଲେ ପଡ଼ି I
ବନ୍ଧୁ କୁହ ତାକୁ ଅବା କୁହ ସଖା
ରହେ ହୃଦୟରେ ହୋଇ ନିଜର
ପରିବାର ସମ ଅଟେ ତାର ଭାବ
ନ ଥାଇ ମଧ୍ୟ ସମ୍ପର୍କ ରକ୍ତର I
ଗୁରୁ ସାଜେ ସିଏ ଦିଏ ସତ୍ୟ ଜ୍ଞାନ
ଗୋବିନ୍ଦ ସାଜେ କୁରୁକ୍ଷେତ୍ର ରଣେ
ବାଣ୍ଟେ ସିଏ ସଦା ସୁଖ ଦୁଃଖ ପରା
ପ୍ରକୃତ ବନ୍ଧୁ ଜୀବନେ ମରଣେ I