ବନ୍ଧୁ
ବନ୍ଧୁ
ନିର୍ମଳ ହୃଦୟ ସ୍ପଷ୍ଟ ବାଣୀ
ଭଦ୍ର ଭଙ୍ଗୀ ସରଳ ଠାଣି
ଉଚ୍ଚ ଭାବନା ନ୍ୟାଯ୍ୟ ଆଶା
ଦେଖି ମନ ଜାଣି କର ଭରସା
ତୀବ୍ର ଭାଷଣ କର୍କଶ ଭାଷା
କଠିନ ହୃଦୟ ନିର୍ଦୟ ପେଶା
ନୀଚ୍ଚ ଭାବନା ଅଭଦ୍ର ଭାବ
ତେବେ ସେ ଜାଣିବ କ୍ରୁର ସ୍ଵଭାଵ
କଥା ଚିକଣିଆ କାଟଇ ଚିତା
ଇଚ୍ଛା ଥିଲେ କଥା ନାହିଁ ଭରସା
ଅତି ଭଦ୍ରତାର ଚୋର ଲକ୍ଷଣ
କାମ ଅସୁଲି ସେ ଦିଏ କଷଣ
ବନ୍ଧୁ ଜାଣିବ ଯେ ସ୍ୱାର୍ଥ ନ ରଖି
ସାହାଯ୍ୟ ଦେବ ସେ ଲାଭ ନ ଦେଖି
ଦୁଃଖ କାଳେ ଯିଏ କରେ ଜାଗ୍ରତ
ତାହାକୁ କରିବ ନିଜ ସଙ୍ଗାତ
ରାଜ ଦରବାରେ ବଇଦ ଘରେ
ବନ୍ଧୁ ଆସି ଯଦି ସାହାଯ୍ୟ କରେ
କେବେହେଁ ନଯିବ ତାହାକୁ ଭୁଲି
ସ୍ୱାଗତ କରିବ ହୃଦୟ ଖୋଲି