ବନ୍ଧୁ
ବନ୍ଧୁ
ଵନ୍ଧୁ ସିଏ ଯିଏ ଆପଦେ ବିପଦେ
ଠିଆ ହୋଇଥାଏ ପାଶେ
ରାଗରୁଷା ନାହିଁ ଅଭିମାନ ନାହିଁ
କୃତ୍ରିମତା ନାହିଁ ହସେ ।
ସ୍ୱ।ର୍ଥ ନାହିଁ ,ନାହିଁ କାମନା ବାସନା
ସଦା ଖଟେ ଖୁସି ହୋଇ
ନିର୍ମଳ ହୃଦୟ ,ନାହିଁ ହିଂସା ରାଗ
ନିଏ ଯେ ସଦା କୋଳେଇ ।
ଦୁଃଖରେ ନ ଛାଡେ ପାଶେପାଶେ ଥାଏ
ସୁଖେ ଦୂରେ ଥାଇ ସଦା
ଖୁସି ହେଉଥାଏ ସଖାର ଖୁସିରେ
କରି ଝଡଝଞ୍ଜା ବିଦା ।
ରାଜଦ୍ଵାର ଆଉ ଶମଶାନ ଭୂଇଁ
ଉତ୍ସବ ବ୍ୟସନ ବେଳେ
ଆପଣା ସୁଖକୁ ବରଜି ବରଜି
ଧାଇଁଥାଏ ସଦାକାଳେ ।
ହୃଦୟ ଉଚ୍ଛ୍ଵାସେ ଆବେଗ ପରଶେ
ନିରୁତା ପ୍ରେମରେ ବନ୍ଧା
ପଡିଥାଏ ସିଏ , ଝରୁଥାଏ ସଦା
ପ୍ରୀତିର ଅଳକାନନ୍ଦା ।
ସ୍ଵାର୍ଥର ବାସନା ଇପ୍ସିତ କାମନା
ଦେଇଥାଏ ଜଳାଞ୍ଜଳି
ବେଳ ଅବେଳରେ ସ୍ଵାର୍ଥମେଧ ଯଜ୍ଞେ
ଆପେ ପଡିଥାଏ ବଳି ।
ମାତାପିତା ପରି ଉତ୍ତମ ବନ୍ଧୁଟେ
ପାଇବା ବଡ କଠିନ
ଦୁର୍ଲଭ ଜନମ ଶତ ପୁଣ୍ୟ ବଳେ
ତ୍ୟାଗପୂତ ଲଭେ ଜାଣ ।
