STORYMIRROR

Sadananda Sahoo

Inspirational

4  

Sadananda Sahoo

Inspirational

ବନ୍ଧୁ

ବନ୍ଧୁ

1 min
350


 ସାମାଜିକ ପ୍ରାଣୀ ଏମଣିଷ ଜାଣି

    ସମ୍ପର୍କ ଡୋରୀରେ ବନ୍ଧା ;

ଦୁଃଖରେ ସୁଖରେ ଯୋଡି ହୋଇଯାଏ

    ବନ୍ଧୁରୂପେ ହୋଇ ଉଭା ॥


ବନ୍ଧୁର ସରାଗ ସତରେ ଉକର୍ଷ

    ସ୍ନେହପ୍ରେମ ଝରିପଡେ ;

 ଭାବ ବନ୍ଧନର ନିଆରା ସମ୍ପର୍କ

   ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡେ ॥


ଉତ୍ସବ ବ୍ୟତ୍ସନେ ଅବା ରାଜଦ୍ଵାରେ

    ବନ୍ଧୁତା ମର୍ଯ୍ୟାଦା ରଖେ ;

ଶ୍ମଶାନ ଘାଟରେ ବନ୍ଧୁ ଲୁହଢାଳେ

    ସହଭାଗି ହୋଇ ଦୁଃଖେ ॥


ପ୍ରକୃତ ବନ୍ଧୁର ଏଇ ପରିଚୟ

    ସମଦୁଃଖେ ହୁଏ ଭାଗି ;

ବନ୍ଧୁ ମାନେନାଇଁ ଜାତିକି ଅଜାତି

    ଭେଦଭାବ ଅନୁରାଗୀ ॥


ବାଲ୍ୟବନ୍ଧୁ ହସେ ସମ୍ପର୍କ ସରାଗେ

     ଜୀବନର ଆଦ୍ୟପ୍ରାନ୍ତେ ;

ସହପାଠୀ ବନ୍ଧୁ ସତେ କୃପାସିନ୍ଧୁ

    ପଚାରେ ଅଛୁ କେମନ୍ତେ ॥


ସ୍ମୃତି ଆକାଶରେ ଚିତ୍ରରାଜି ଭାସେ

     ଅବିସ୍ମରଣୀୟ ଫର୍ଦ୍ଦେ ;

ହେ'ବନ୍ଧୁ ଶାଖା ଦିଅ ଥରେ ଦେଖା

    ଦୁଃଖେ ହେଉ ଅବା ସୁଖେ ॥


ଜୀବନ ଯାତ୍ରାରେ ନିସଙ୍ଗତା ଭରେ

      ବନ୍ଧୁର ଅନୁପସ୍ଥିତି ;

ଫିକାଫିକା ଲାଗେ ଜୀବନ ସତେ

     ବନ୍ଧୁଟିଏ ନାଇଁ ଯଦି ॥


 ବନ୍ଧୁ ଉପଦେଶ ସଦା ଗ୍ରହଣୀୟ

   ଆଶ୍ବାସନା ଦିଏ ଭରି ;

ସଙ୍କଟେ ଉତ୍କଟେ ବନ୍ଧୁ ସାହା ହୁଏ

   ସାଧ୍ୟମତେ ଉପଚାରି ॥


ବନ୍ଧୁ ପରିଭାଷା ବ୍ୟାପକ ସଂହିତା

     ବର୍ଣ୍ଣିବା ନୁ6ହଁ ସହଜ ;

ଅସଂପୂର୍ଣ୍ଣ ଲାଗେ ଏକବିତା ସତେ

     ହୃଦୟେ ଅଛି ଦରଦ ॥



Rate this content
Log in

Similar oriya poem from Inspirational