STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବନ୍ଧୁ

ବନ୍ଧୁ

1 min
371

ପାଦ ସାଥେ ପାଦ ଥାପି ସାଥେ ଚାଲେ ଆରମ୍ଭରୁ ଶେଷ

ଶ୍ୱାସବାୟୁ ପଥ ଧାରେ ଅସ୍ବସ୍ତିର ପ୍ରଚ୍ଛନ୍ନ ପ୍ରଶ୍ୱାସ


ଯନ୍ତ୍ରଣାର ପ୍ରତିଧ୍ୱନି ଦିଗବଳୟୁ ଫେରିବା ଆଗରୁ

ଉପସ୍ଥିତ ହୁଏ ପାଶେ ଆଖିଲୁହ ଗଡ଼ିବା ଆଗରୁ


ଅବୁଝା ହୁଏନା କେବେ ଜୀବନର ଦ୍ଵନ୍ଦ ଆଲୋଡନେ

ହରେନା ସେ କେବେ ପୁଣି ଛଳନାର ଉଗ୍ର ପ୍ରଜ୍ବଳନେ


ଉଦାସୀନ ମୁଖ ଦେଖି ହୋଇଯାଏ ବିଚଳିତ ଅତି

ଜଳେନା ସେ କେବେ ଦେଖି ବନ୍ଧୁର ଯଶ ମାନ କୀର୍ତି


ବନ୍ଧୁଥିଲେ ପାଶେ କାର ବିପଦରେ ନାହିଁ କେବେ ଭୟ

ରାଜଦ୍ବାରୁ ସ୍ମଶାନ ପର୍ଯ୍ୟନ୍ତ ଥାଏ ଦେଇ ସେ ଅଭୟ


ପଥଧାରେ ଚାଲୁ ଚାଲୁ କେବେ ଯଦି ଭାଙ୍ଗିପଡ଼େ ଅଣ୍ଟା

ପ୍ରକୃତ ବନ୍ଧୁଟି ଆସି ପାଦତଳୁ କାଢିଡିଏ କଣ୍ଟା


ଆଶା ତା ମନରେ କେବେ ନଥାଏ ପ୍ରାପ୍ତିର ଆସକ୍ତି

ସାରିଦିଏ ବନ୍ଧୁପାଇଁ ନିଜର ନିଜତ୍ବ ତ୍ୟାଗର ସେ ମୂର୍ତ୍ତି


ଆସ ସର୍ବେ ବନ୍ଧୁଟିଏ ହେବା କେହି ପ୍ରିୟଜନ ସହ

ବନ୍ଧୁ ନଖୋଜି ହେବା ବନ୍ଧୁଟିଏ ଉତ୍ତମ ସସ୍ନେହ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract