STORYMIRROR

Niranjan Sahu

Comedy Inspirational

3  

Niranjan Sahu

Comedy Inspirational

ବନ୍ଧୁ ରହୁଛି

ବନ୍ଧୁ ରହୁଛି

1 min
235

ମନେରଖିଥିବ ମୋର ବନ୍ଧୁ ମାନେ   

       ସତ କଥାଯାହା କହୁଛି

ଭଲରେ ପରଖି ଟଙ୍କା ଦେବ ତାକୁ

      ଧାର ଯିଏ ଟଙ୍କା ମାଗୁଛି


ଚିକଣିଆ କଥା ଯିଏ କହୁଅଛି

     ତାଠାରୁ ଦୁରେଇ ରହିବ

ବିଶ୍ୱାସ ଜଲଦି କାରେ କରିବନି

    କଲେ ନିଶ୍ଚେ ଧୋକା ଖାଇବ


କାହାରି କଥାରେ ଭାସି ଜୀବନି

    ଯେଉଁ କଥା ତୁମେ ଜାଣିନ

ବଡ଼ ବଡ଼ କଥା ଯିଏ କହୁଅଛି

     ତାହାରି କଥାରେ ପଡ଼ନ


ଏଇ ଦୁନିଆଁରେ ମଣିଷର ଶତ୍ରୁ

      ମଣିଷ ଟିଏ ହିଁ ଅଟଇ

ମଣିଷ ମଣିଷ ବାଦ ବିବାଦରେ

      ମଣିଷ ହିଁ ତଣ୍ଟି କାଟଇ


ହାତେ ମାପିକରି ଚାଖଣ୍ଡେ ଚାଲିବ

      ଆଗ ପଛ ଟିକେ ଭାବିବ

ଆଜିର ଦୁନିଆଁ ବଡ଼ ବିଚିତ୍ର

      ଦେଖି ଚାହିଁ ବନ୍ଧୁ ଚଳିବ


ବିଚିତ୍ର ଦୁନିଆଁ ବିଚିତ୍ର ମଣିଷ

      ବିଚିତ୍ର ବିଚିତ୍ର ଲାଗୁଛି

ସତ କଥା ସବୁ କହିଦେଲି ବୋଲି

       କହିଲେ କହିବ କହୁଛି


ମୁହିଁ ନିରଞ୍ଜନ କେତେ କହିଦେଲି

       କହିଲେ କହିବ କହୁଛି

ଆଉବେସି ରାଉ ରାଉ ହେଉନାହିଁ

       ଏତକିରେ ବନ୍ଧୁ ରହୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy