ବନ୍ଧୁ ପ୍ରେମେ ବାଇ ଜଗତନାଥ
ବନ୍ଧୁ ପ୍ରେମେ ବାଇ ଜଗତନାଥ
ଜଗତର ନାଥ ପ୍ରଭୁ ଚକ୍ରଧାରୀ
ଦ୍ଵାରିକାର ଅଧିଶ୍ଵର ,
ଯା'ପଦ ସେବିବା ପାଇଁ ବ୍ରହ୍ମା,ଶିବ
ଚିନ୍ତୁଥାନ୍ତି ବାରମ୍ବାର ।
ସେତ ଭକ୍ତ ବତ୍ସଳ,
ଭକତ ପାଇଁକି ନାନା ଲୀଳା ସିଏ
କରୁଥାନ୍ତି ମର୍ତ୍ତ୍ୟପର ।। (୧)
ଦରିଦ୍ର ସୁଦାମା ତାଙ୍କ ବାଲ୍ୟ ସଖା
ଦୁଃଖ ଘୁଞ୍ଚାଇବା ଆଶେ,
ବହୁ ଦୂର ପଥ ଆସିଥିଲେ ଚାଲି
କେବଳ କୃଷ୍ଣ ସକାଶେ ।
ଦେଖି ଭକ୍ତି ତାଙ୍କର,
ଯଦୁପତି ଆଜି ସେବକ ରୂପରେ
ନିଜ ଭକ୍ତ ପାଦତଳ ।।(୨)
ଯାହାଙ୍କ ପାଦକୁ ଧୋଇବା ପାଇଁକି
ଛନ୍ତି ଅଷ୍ଟ ପାଟରାଣୀ,
ଆଜି ସ୍ୱୟଂ ସିଏ ଧୋଇ ଦେଉଛନ୍ତି
ନିଜ ସଖା ପାଦ ଟାଣି ।
ଦେଖି ସାରା ଦୁନିଆ,
କୃଷ୍ଣ ସୁଦାମାଙ୍କ ଅମୃତ ନାମକୁ
ଘୋଷୁଅଛି ଆଜି ସିନା ।।(୩)
ଗ୍ରୁରୁ ମାତାଙ୍କର ଖୁଦ ଭଜା ଏକା
ସୁଦାମା ହିଁ ଥିଲେ ଖାଇ,
ସେପାଇଁ ଗରୀବ ହୋଇ ରହିଥିଲେ
ସାହା ହେଲେ ଭାବଗ୍ରାହୀ ।
ଦାରିଦ୍ରକୁ ହଟାଇ,
ଧନ,ସମ୍ପଦରେ ଭରି ଦେଲେ ଗୃହ
ସୁଦାମାର ଭାବଗ୍ରାହୀ ।।(୪)