ବନ୍ଧୁ ଓ ସୋସିଆଲ ମିଡ଼ିଆ ବନ୍ଧୁ
ବନ୍ଧୁ ଓ ସୋସିଆଲ ମିଡ଼ିଆ ବନ୍ଧୁ
*ବନ୍ଧୁ ଓ ସୋସିଆଲ ମିଡିଆ ବନ୍ଧୁ*
ଆଧୁନିକ ଯୁଗରେ
ବିଜ୍ଞାନ ର ଯଥେଷ୍ଟ ଆଗ୍ରଗତି ହେଇଛି
ଅନେକ ପ୍ରଭାବ ପଡ଼ିଛି
ପ୍ରାୟ ସମସ୍ତ କ୍ଷେତ୍ରରେ
ଏଥିରୁ ବାଦ ପଡିନି ବନ୍ଧୁତା
ଯାହାକୁ ଆଜି କାଲିର ପିଢ଼ି
ଫ୍ରେଣ୍ଡସିପ ବୋଲି କୁହନ୍ତି ll
ଅତୀତ ଆଉ ସ୍ମୃତି ବୋଲି
କୌଣସି ଜିନିଷ ନାହିଁ
ଏମାନଙ୍କ ମଧ୍ୟରେ
ବଞ୍ଚୁଛନ୍ତି କେବଳ ବର୍ତ୍ତମାନକୁ ନେଇ ll
ପିଲାବେଳ ଧୂଳି ଖେଳ
ସାଙ୍ଗ ହୋଇ ପାଠ ପଢା
ବୁଲାବୁଲି ଝଗଡା
ତାପରେ ବି ଏକାଠି ହେଉଥିଲେ ସଭିଏଁ
ମାନ ଅଭିମାନ ଭୁଲି ll
ପରେ ଉଭୟଙ୍କ ଭେଟ
ଅପୂର୍ବ ଶିହରଣ ଖେଳିଯାଉଥିଲା
ଦୁହିଁଙ୍କ ମନରେ ଆଖିଆଗରେ ନାଚିଯାଉଥିଲା
ପୁରୁଣା ଦିନର ଅଭୁଲା ସ୍ମୃତି
ରହିଥିବ ମଧ୍ୟ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ll
ପଚରି ବୁଝୁଥିଲେ ଉଭୟଙ୍କ ଭଲ ମନ୍ଦ
ଛିଡା ହେଉଥିଲେ ସଭିଏଁ
ସବୁ ସମୟରେ
ସମସ୍ତେ ସମସ୍ତଙ୍କ ପାଇଁ
ସୁଗମ ହେଉଥିଲା ଜୀବନର ଆଗାମୀ ମାର୍ଗ
ଉଭୟଙ୍କ ସ୍ନେହ ଶ୍ରଦ୍ଧା ଓ ଆବେଗ ଭରା
କଥାବାର୍ତ୍ତା ମାଧ୍ୟମରେ
ମିଳୁଥିଲା ସମାଧାନର ବାଟ ll
ଏବେ ଏହାର କଳେବର ବୃଦ୍ଧି ପାଇଛି
ପାଞ୍ଚ ବଦଳରେ ପାଞ୍ଚ ହଜାର ଅଛନ୍ତି
ସୋସିଆଲ ମିଡ଼ିଆ ମାଧ୍ୟମରେ
ଯାହାକୁ ଏବେର ପିଢ଼ି
ସୋସିଆଲ ମିଡ଼ିଆ ବନ୍ଧୁ ରୂପେ
ଆଖ୍ୟା ଦେଇଛନ୍ତି ll
ଏମାନେ ବନ୍ଧୁ ସତ କିନ୍ତୁ
ଏମିତି ଅନେକ ଅଛନ୍ତି
ଯେଉଁ ମାନଙ୍କ ସହ କେବେ ଥରେ ମଧ୍ୟ
ଦେଖା ହୁଏ ନାହିଁ ବାସ୍ତବ ଜୀବନରେ ll
ଏମାନେ ବାସ୍ତବ ବନ୍ଧୁତା ର
ସଂଜ୍ଞାକୁ ଭୁଲଯାଇ କେବଳ
ବ୍ୟସ୍ତ ରହୁଛନ୍ତି ମନୋରଞ୍ଜନ ନିମନ୍ତେ
ଏହାହିଁ ବାସ୍ତବ ସତ୍ୟ ll
ସବୁବେଳେ ରହିଥାନ୍ତି
ବନ୍ଧୁ ମାନଙ୍କ ସହ ଏମାନେ
ସୋସିଆଲ ମିଡିଆରେ
କିଛି କ୍ଷଣ ପରେ ଭୁଲି ଯାଆନ୍ତି ସବୁ
ଏମାନଙ୍କ ପାଇଁ ଅତୀତର କୌଣସି
ମୂଲ୍ୟ ନାହିଁ
ବିଶ୍ୱାସ କରନ୍ତି କେବଳ ବର୍ତ୍ତମାନ ଉପରେ
ସେଥିପାଇଁ ତାଙ୍କ ବନ୍ଧନ ନିଶ୍ଚିତ ଦୁର୍ବଳ
କାରଣ ଅତୀତ ବିନା ବନ୍ଧୁତା ରେ
ବର୍ତ୍ତମାନର କୌଣସି ମୂଲ୍ୟ ନାହିଁ ll
ଏମାନେ ପ୍ରକୃତ ବନ୍ଧୁର
ସଂଜ୍ଞା ନୁହଁନ୍ତି
କାରଣ ପ୍ରକୃତ ବନ୍ଧୁ କେବେହେଲା ମଧ୍ୟ
ଭୁଲି ପାରିବି ନାହିଁ ଅତୀତ ଆଉ ସ୍ମୃତିକୁ
ଅତୀତ ମଜଭୁତ କରାଏ ଏବଂ
ପ୍ରେରଣା ସାହସ ଉଚିତ ମାର୍ଗ ଦର୍ଶାଏ
ବାନ୍ଧି ରଖିବା ପାଇଁ ବନ୍ଧୁତା ର ଡୋରିରେ
ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ପାଇଁ ll
