STORYMIRROR

Prahallad Sahoo

Drama Tragedy Action

3  

Prahallad Sahoo

Drama Tragedy Action

ଝିଅ ଯିବ ଶାଶୁଘର

ଝିଅ ଯିବ ଶାଶୁଘର

1 min
144

ଝିଅ ଯିବ ଶାଶୁଘର

ଭରିଦିଅ ବାକ୍ସ ଗହଣାର।

ଝିଅ ଜନମ ପର ଘରକୁ ଲୋ

ମାଆ ଝୁରେ ଦେଖି କନକାଞଳି

ଏରୁଣ୍ଡିବନ୍ଧ ଡେଇଁ ଗଲେ ତୁ

ଶାଶୁଘର ହେବ ପଥ ସଂଖାଳୀ।

ଏଇତ ବିଧିର ବିଧାନ

ଆଜି ଯିଏ ଝିଅ କାଲି ସେ ବୋହୁ

ଏଠି ମାଆ ସହୁଥିଲା ଅଳି

ସେଠି ଅନ୍ଯର ଅଳି ନିଜେ ସହିବୁ।

ଝିଅ ଯିବ ଶାଶୁଘର

ଭରିଦିଅ ବାକ୍ସ ଗହଣାର

ପରକୁ ଆପଣାର କରି

ଅବୁଝା ମନକୁ ବୁଝେଇ ନେବୁ

ଯେତେ ଝଡ ଝଞା ଆସୁ

ଛାତିକୁ ପଥର କରି ସହିନେବୁ।

ଜନମ ଦେଇ ବାପ

ନିଜ ହାତେ ଝିଅ ସମର୍ପିଲା

ତିଳ ତଣ୍ଡୁଳ ରେ ବରଣ କରି

ଅଚିହ୍ନାକୁ ନିଜ ପୁଅ ମାନିଲା।

ଝିଅ ଯିବ ଶାଶୁଘର

ଭରିଦିଅ ବାକ୍ସ ଗହଣାର

ବିଦା ହୋଇଗଲା ଝିଅ

ସାତ ପର କରି ଆତ୍ମୀୟସ୍ବଜନ

ବେଦୀରୁ ସବାରି ପ୍ରାୟ

ଯୋଡିଦେଲା ଆନ ଘରେ ବନ୍ଧନ।

ଶୂନ୍ଯ କରିଗଲା ଝିଅ

ଏଠି ଗୋଟିଏ ମାଆର କୋଳ

ସୁନାନାକୀ ବୋହୁ ହୋଇ

ସେଠି ଖେଳେଇଛି ହସର ହିଲ୍ଲୋଳ।

ଝିଅ ଯିବ ଶାଶୁଘର

ଭରିଦିଅ ବାକ୍ସ ଗହଣାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama