STORYMIRROR

Kabiratna Nutan Kumar Behera

Abstract Drama Inspirational

3  

Kabiratna Nutan Kumar Behera

Abstract Drama Inspirational

ଜୀବନ ପଥେ ମୋର

ଜୀବନ ପଥେ ମୋର

1 min
117


ଜୀବନ ପଥେ  ମୋର 

ଅଜଣା  ଅମା  ଅନ୍ଧାର, 

ଯିବି ମୁଁ  ଯେତିକି ଦୂର

ପାଶେ ଥିବ ପ୍ରଭୁ ମୋର।


       ଦୀପ ସମ ମୋତେ ଜାଳି 

       ଅନ୍ଧାର ମୋ ଦିଅ ଟାଳି, 

       ନୟନରୁ  ଅଶ୍ରୁ  ଢାଳି 

       ପଦେ ତୁମ କରେ ଅଳି। 


ସଂସାର  ସାଗର ଗଢି 

ସବୁ ଦେଇଛ  ସଜାଡି, 

ଆଶା ମୋ ଦିଏ ବିଗାଡି 

ଅଲୋଡା ଦରବ ଲୋଡି।


         କାମନା ମୋ ଯାଏ ବଢି 

         ଜୁଆର  ଆସଇ  ମାଡି 

         ଆଶଙ୍କାରେ ଯାଏ ବୁଡି 

         ନିଏ ବୋହି ଭଟ୍ଟା ପଡି।


ସୁଖ ଦୁଃଖ ତୁମ ଦାନ 

କରିବିନି ପ୍ରତ୍ୟାଖ୍ୟାନ,

ତୁମ ଦିଆ ଏ ଜୀବନ

ମାଗେ ତୁମରି ଶରଣ। 


        ରହି ଥିବ ପାଶେ ମୋର 

        ଯିବ ନାହିଁ କେବେ ଦୂର, 

        ଅନ୍ତରୁ ମୋତେ ଅନ୍ତର 

        କର ନାହିଁ ହେ ଠାକୁର। 


    

         

         

         

         

         

          

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract