ଜୀବନ ପଥେ ମୋର
ଜୀବନ ପଥେ ମୋର
ଜୀବନ ପଥେ ମୋର
ଅଜଣା ଅମା ଅନ୍ଧାର,
ଯିବି ମୁଁ ଯେତିକି ଦୂର
ପାଶେ ଥିବ ପ୍ରଭୁ ମୋର।
ଦୀପ ସମ ମୋତେ ଜାଳି
ଅନ୍ଧାର ମୋ ଦିଅ ଟାଳି,
ନୟନରୁ ଅଶ୍ରୁ ଢାଳି
ପଦେ ତୁମ କରେ ଅଳି।
ସଂସାର ସାଗର ଗଢି
ସବୁ ଦେଇଛ ସଜାଡି,
ଆଶା ମୋ ଦିଏ ବିଗାଡି
ଅଲୋଡା ଦରବ ଲୋଡି।
କାମନା ମୋ ଯାଏ ବଢି
ଜୁଆର ଆସଇ ମାଡି
ଆଶଙ୍କାରେ ଯାଏ ବୁଡି
ନିଏ ବୋହି ଭଟ୍ଟା ପଡି।
ସୁଖ ଦୁଃଖ ତୁମ ଦାନ
କରିବିନି ପ୍ରତ୍ୟାଖ୍ୟାନ,
ତୁମ ଦିଆ ଏ ଜୀବନ
ମାଗେ ତୁମରି ଶରଣ।
ରହି ଥିବ ପାଶେ ମୋର
ଯିବ ନାହିଁ କେବେ ଦୂର,
ଅନ୍ତରୁ ମୋତେ ଅନ୍ତର
କର ନାହିଁ ହେ ଠାକୁର।
