STORYMIRROR

Amit Bal

Drama Classics Inspirational

3  

Amit Bal

Drama Classics Inspirational

ଚାଳଘର

ଚାଳଘର

1 min
150


ନଡ଼ା ଛପରର ଚାଳଘର ଦିନେ

        ନୂଆ ବୋହୂ ପରି ଦିଶୁଥିଲା

ମାଟି କାନ୍ଥ ତା'ର କେତେ ଝଡ଼ ଝଞ୍ଜା

        ଦମ୍ଭିଲା ଠାଣିରେ ସହୁଥିଲା ,


ବାପ ଜେଜେବାପ ଅମଳର ଘର

        ସରଗ ଠାରୁ ଥିଲା ସୁନ୍ଦର

ଯୈାଥ ପରିବାର ଭାରି ଆପଣାର

         ସବୁ ଖୁସି ସେଠି ଜୀବନର ,


ଯାନି ଯାତ୍ରା ଆଉ ପର୍ବପର୍ବାଣୀରେ

         ସେଇ ଘର ଦିନେ ହସୁଥିଲା

ସେଇ ଚାଳଘର ଆଈମା ଗପର

         କୁହୁକ ନଗରୀ ଲାଗୁଥିଲା ,


ସମୟ ସାଥିରେ ଯୁଗ ବଦଳିଲା

        ଲୁପ୍ତପ୍ରାୟ ହେଲା ଚାଳଘର 

ପକ୍କା ଘର ସବୁ ଛାଇ ହୋଇ ଗଲା 

          ହୃଦୟ କୁ କରି ଛାରଖାର ,


ଚାଳଘର ଏବେ ସ୍ବପ୍ନ ଦୁନିଆରେ

         ସରକାରୀ ଘର ବି ପକ୍କାର

ବିକାଶ ନାଁରେ ବିନାଶକୁ ସଭିଏଁ

          ଆଜି କରୁଛନ୍ତି ଆପଣାର ,


ସମୟ କହିବ କୁଆଡକୁ ଆମେ

         ମାଡ଼ି ଯାଉଅଛେ ଧିରେଧିରେ

ଆଗାମୀ ପିଢ଼ିର ସର୍ବନାଶ ବାଟ

          ପ୍ରସାରିତ କରି ପରୋକ୍ଷରେ .....!


          


Rate this content
Log in

Similar oriya poem from Drama