ଅସରା ଆସରା
ଅସରା ଆସରା
ବୟସ ରାତିର ନିରସ ଜହ୍ନଟା
ଭାସି ଭାସି ଆସି ସ୍ୱପ୍ନରେ
ଅୟସ୍ ମାଳିକା ଆଖି ଖୋଳୁଥିଲା
ମାଦକ ଭରା ଗିତିରେ
ନିରାଶ କଇଁ ଟା ହଳଦୀ ହଳଦୀ
ବାଡ଼ୁଅ ପଖାଳେ ଦେହରେ
ବତାସ ହତାଶ ସମୁଦ୍ର ଜୁଆରେ
ନୀଳ ପଦ୍ମ ବନ ମଧ୍ୟରେ
ସାରସ ପକ୍ଷି ଟା ବସା ଠାବ କରି
ଚାତକିନି ସାଜେ ଆଖିରେ
ସବୁରି ସାଥିରେ ହାତେ ମାପି ଚାଲେ
ଭୋଦୁଆ ଖରା ତାତିରେ
ସଜନୀ ସଜାନା କଜ୍ଜଳ କୁଙ୍କୁମ ମଥାରେ
ସଖାତ ଗଲେଣି ଦ୍ବାରିକା ଦେଶରେ
ସବାରି ପାଲିଙ୍କି ପୁଣି ଆସିଲାଣି ଘରେ
ବର କନ୍ୟା ଯିବେ ବର୍ଷାରେ
ସରସ ଲାଗୁନି ମନ ମୁନ ଚୈତନ୍ୟ
ଶୁଭୁନି ଓଁକାର ଧ୍ଵନିରେ
ସାତପର ପରି ଋତୁ ଗୁଡା ମାଜ୍ଜୀ ହେଲେ
ଶ୍ରାବଣୀ ର ଦୁଇ ଆଖିରେ
ସଂପର୍କ ଉର୍ଦ୍ଧ୍ବରେ ପାର୍ବଣ ଆସୁଛି ଆସୁଛି
ବଜା ବାଜାବାଲା ମହୁରୀ ସାଥିରେ।
