STORYMIRROR

Sunanda Mohanty

Drama Action Fantasy

3  

Sunanda Mohanty

Drama Action Fantasy

ଅସରା ଆସରା

ଅସରା ଆସରା

1 min
155


ବୟସ ରାତିର ନିରସ ଜହ୍ନଟା

ଭାସି ଭାସି ଆସି ସ୍ୱପ୍ନରେ

ଅୟସ୍ ମାଳିକା ଆଖି ଖୋଳୁଥିଲା

ମାଦକ ଭରା ଗିତିରେ

ନିରାଶ କଇଁ ଟା ହଳଦୀ ହଳଦୀ

ବାଡ଼ୁଅ ପଖାଳେ ଦେହରେ

ବତାସ ହତାଶ ସମୁଦ୍ର ଜୁଆରେ

ନୀଳ ପଦ୍ମ ବନ ମଧ୍ୟରେ

ସାରସ ପକ୍ଷି ଟା ବସା ଠାବ କରି

ଚାତକିନି ସାଜେ ଆଖିରେ

ସବୁରି ସାଥିରେ ହାତେ ମାପି ଚାଲେ

ଭୋଦୁଆ ଖରା ତାତିରେ

ସଜନୀ ସଜାନା କଜ୍ଜଳ କୁଙ୍କୁମ ମଥାରେ

ସଖାତ ଗଲେଣି ଦ୍ବାରିକା ଦେଶରେ

ସବାରି ପାଲିଙ୍କି ପୁଣି ଆସିଲାଣି ଘରେ

ବର କନ୍ୟା ଯିବେ ବର୍ଷାରେ

ସରସ ଲାଗୁନି ମନ ମୁନ ଚୈତନ୍ୟ

ଶୁଭୁନି ଓଁକାର ଧ୍ଵନିରେ

ସାତପର ପରି ଋତୁ ଗୁଡା ମାଜ୍ଜୀ ହେଲେ 

ଶ୍ରାବଣୀ ର ଦୁଇ ଆଖିରେ

ସଂପର୍କ ଉର୍ଦ୍ଧ୍ବରେ ପାର୍ବଣ ଆସୁଛି ଆସୁଛି

ବଜା ବାଜାବାଲା ମହୁରୀ ସାଥିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama