ରାକ୍ଷୀ
ରାକ୍ଷୀ
ରାକ୍ଷୀର ଅସ୍ତିତ୍ଵ ଭାଇ ଭଉଣୀ
ଭିତରେ ସୀମିତ
କେବେ କେଉଁଠୁ ଏହାର
ଉତ୍ପତ୍ତି ନିଶ୍ଚିନ୍ତ ସାରସ୍ବତ
ଭାଇ ସାତ ଜନ୍ମ ପାଇଁ ଭଉଣୀ
ସାଥେ ସାଥେ ରହି
ରଖେ ତା ମହତ
ଭଉଣୀ ବି ଭାଇ ପାଖେ
ସଦା ଆଶ୍ରିତ
ଭାଇକୁ ବାଟକୁ ଆଣିବାରେ
ଭଉଣୀର ହାତ
ବେଦୀ ମୂଳେ, କିଣାବିକା କାଳେ
ଭାଇ ଭଉଣୀ ଏକ ସାଥେ
ଭାଇକୁ ଦେଖିଲେ ଜଣାପଡେ
ଭଉଣୀ ରୂପ ଗୁଣ ଚରିତ୍ର
ଭାଇ ସଦା ଥାଏ ଭଉଣୀ ପାଇଁ
ବିବେକାନୁମୋଦିତ
ପର୍ବପର୍ବାଣରେ ଭାଇ ଭଉଣୀ
ଦୁହେଁ ଛନ୍ଦି ହାତରେ ହାତ
କରନ୍ତି ପ୍ରଣିପାତ ମାଆ ବାପା ଗୁରୁଜନ
ତଥା ଜଗନ୍ନାଥ
ବିଶ୍ବରେ ସବୁ ମହିଳା ପୁରୁଷ
ନିଜର ହୋଇ
ଭାଇଭଉଣୀ ସଂଜ୍ଞାକୁ ବଢାଇ
କର ଶିହରିତସୁଭଦ୍ରା ଦୁଲାଳି ଦୁଇ ଭାଇ ମଝିରେ
କେଡ଼େ ସହଜ ସୁଶୋଭିତ
ରାକ୍ଷୀ ଟିଏ ବାନ୍ଧି ସଭିଙ୍କୁ
ବଢ଼ାଇବା ମାନ ଓ ମହତ ।
