STORYMIRROR

Sunanda Mohanty

Drama Action Inspirational

3  

Sunanda Mohanty

Drama Action Inspirational

ରାକ୍ଷୀ

ରାକ୍ଷୀ

1 min
150

ରାକ୍ଷୀର ଅସ୍ତିତ୍ଵ ଭାଇ ଭଉଣୀ 

ଭିତରେ ସୀମିତ

କେବେ କେଉଁଠୁ ଏହାର 

ଉତ୍ପତ୍ତି ନିଶ୍ଚିନ୍ତ ସାରସ୍ବତ

ଭାଇ ସାତ ଜନ୍ମ ପାଇଁ ଭଉଣୀ 

ସାଥେ ସାଥେ ରହି

ରଖେ ତା ମହତ

ଭଉଣୀ ବି ଭାଇ ପାଖେ 

ସଦା ଆଶ୍ରିତ

ଭାଇକୁ ବାଟକୁ ଆଣିବାରେ 

ଭଉଣୀର ହାତ

ବେଦୀ ମୂଳେ, କିଣାବିକା କାଳେ

ଭାଇ ଭଉଣୀ ଏକ ସାଥେ

ଭାଇକୁ ଦେଖିଲେ ଜଣାପଡେ

ଭଉଣୀ ରୂପ ଗୁଣ ଚରିତ୍ର

ଭାଇ ସଦା ଥାଏ ଭଉଣୀ ପାଇଁ

ବିବେକାନୁମୋଦିତ

ପର୍ବପର୍ବାଣରେ ଭାଇ ଭଉଣୀ 

ଦୁହେଁ ଛନ୍ଦି ହାତରେ ହାତ

କରନ୍ତି ପ୍ରଣିପାତ ମାଆ ବାପା ଗୁରୁଜନ

ତଥା ଜଗନ୍ନାଥ

ବିଶ୍ବରେ ସବୁ ମହିଳା ପୁରୁଷ

ନିଜର ହୋଇ

ଭାଇଭଉଣୀ ସଂଜ୍ଞାକୁ ବଢାଇ 

କର ଶିହରିତସୁଭଦ୍ରା ଦୁଲାଳି ଦୁଇ ଭାଇ ମଝିରେ 

କେଡ଼େ ସହଜ ସୁଶୋଭିତ

ରାକ୍ଷୀ ଟିଏ ବାନ୍ଧି ସଭିଙ୍କୁ 

ବଢ଼ାଇବା ମାନ ଓ ମହତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama