STORYMIRROR

Gayatri Singh

Drama Romance Inspirational

3  

Gayatri Singh

Drama Romance Inspirational

ଆଲେଖା ଅକ୍ଷର

ଆଲେଖା ଅକ୍ଷର

1 min
217


ସେ ମୁହୁର୍ତ୍ତ କୁ କେବଳ ଅନୁଭବ କରିହୁଏ

କାହାକୁ କହିହୁଏନି

କିଛି ଭାବନାରେ, କିଛି ହୃଦୟରେ

ଲିପିବଦ୍ଧ ହୋଇ ରହିଯାଏ

ବେଳ ଅବେଳ ରେ ଉଙ୍କି ମାରେ

ସମୟର ପରିବର୍ତ୍ତିତ ଧାରାରେ

ମୁହୁର୍ତ୍ତ ସବୁ ବଦଳୁ ଥାଏ

କିଛି ଆବେଗକୁ ନେଇ ତ

କେତେବେଳେ ଭାବପ୍ରବଣ ହୋଇ

ଭୁଲ ହୋଇଯାଏ

ନିଜ ଆୟତ୍ତରେ କିଛି ବି ନଥାଏ

ତଥାପି ସେ ଚର୍ଚ୍ଚିତ ହୋଇଯାଏ

ଜାଣତରେ ହେଉ କି ଅଜାଣତରେ ହେଉ

କିଛି ଶବ୍ଦ ଘେର ର ଶରବ୍ୟ ହେବାକୁ ପଡେ

ଭିଜିବାକୁ ପଡେ ବଦନାମ ର ବର୍ଷାରେ

ସେଇ ବଦନାମ ଭିତରେ ବି ସେ 

ନିଜ ନାମ ର ତଲାରେ ଥାଏ

ହଜିବା ଖୋଜିବା ପାଇବା ଭିତରେ

ସେ ନିଜକୁ ତଉଲୁ ଥାଏ

ଠିକ ଭୁଲ ର ହିସାବ କିଏ ରଖିଛି

ସେ ତ ଠିଜଣା ହଜେଇଥିବା

ବାଟର ବାଟୋଇ ଟିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama