ସ୍ପନ୍ଦନ
ସ୍ପନ୍ଦନ
ତୁମେ ଯେବେ ଆଖିରେ ଆଖି ମିଶେଇ ଯାଅ ଚାଲି,
ନା ମୁଁ ରହି ପାରେ ତୁମକୁ ଭୁଲି ,
ତୁମେ କେବେ କହି ନାହଁ ଓଠ ଖୋଲି ,
ତଥାପି ମୁଁ ଶୁଣି ପାରେ ତୁମ ନୀରବ ପ୍ରତିଧ୍ଵନି ।
ତୁମର ସେ ପ୍ରୀତି ବୋଳା ଚାହାଣି ,
ନିଜକୁ ମୁଁ ପାରେନି ଦୂରେଇ ,
ମନେ ମନେ ମୁଁ ଯେ କେତେ ଚାହେଁ ,
ସାମ୍ନାରେ ଯେବେ ବି ମୁଁ ତୁମକୁ ପାଏ ,
ମାେ ହୃଦୟର ସ୍ପନ୍ଦନ ଆପେ ଆପେ ବଢ଼ି ଯାଏ ।
