STORYMIRROR

Debadatta Pradhan

Drama

3  

Debadatta Pradhan

Drama

ହୁଗୁଳା ସମ୍ପର୍କ

ହୁଗୁଳା ସମ୍ପର୍କ

1 min
207

        

ନିଆରା ସମ୍ପର୍କ ଚେହେରା ବିତର୍କ

ଡଗରା ବହୁତ ଏଠି

ଦରୀଦ୍ର ସୁଦାମା ନିଳାଦ୍ରୀ ମଣିମା

ଉପମା ଭୂଲନ୍ତି ଗୋଷ୍ଠି।।

ତୁଛ ଆଚରଣ ମିଛ ଉଚ୍ଚାରଣ

ସ୍ବଶ୍ଚତା ଗଲାଣି ଜଳି

ହୀନ ଅଭିମାନ ନ୍ୟୁନ ମୁହ୍ୟମାନ

ସମ୍ମୁଜ୍ବାଳା ହୁଏ ଗୋଳି।।

ସୋଦର ଆଦର ନୁହଁଇ ସାଦର

ସୁନ୍ଦର ଦିଶଇ ଯାହା

ଚଉଦିଗେ ଆଜି ଦିଗହରା ପନ୍ଥୀ

ଆବୋରି କାନ୍ଦନ୍ତି ତାହା।।

କାଳକୁ ଉପେକ୍ଷି ସ୍ବ-ବଳ ସଳଖି

ଦୁର୍ବଳେ କରେ ପ୍ରହାର

ଭାବଟି ଅଭାବ ମାନବେ ସ୍ବଭାବ

ନାହିଁ ସ୍ପୃହାର ଆହାର।।

ଅତୀତ ଚକିତ ଦେହସାରା କ୍ଷତ

ସମ୍ପର୍କ-ସମ୍ପତ୍ତି ଠାରେ

ହାଏରେ ମଣିଷ ବୁନିୟାଦୀ ଶେଷ

ମିଛରେ ନାଚୁ ସଂସାରେ।।

ସମ୍ପର୍କ-ସଂପଦ ବଢାଏ ଗୋବିନ୍ଦ

ଭାବଗତ ହେଉ ବିଶ୍ବ

ଭାଗବତ ପଢି ଭବକୂପେ ପଡି

ତେଣୁ ବୋଲାଉଛୁ ନିଃସ୍ବ।।

ମନ ଦିଆନିଆ ଆକାଶ କୁସୁମ

ପତିପତ୍ନୀ କଳଙ୍କିତ

ସମ୍ପର୍କ ନାମରେ ବୁଡଇ ଧର୍ମରେ

ହୁଡିଲା ମାନବ ସତ।।

ଦୂରୁଦେଖି ହସେ ଲୁହଶ୍ରବି ଆସେ

ମହମହ ବାସ ଭରି

ପେଟର ଜାଳାକୁ ମାଆ ପରିତାକୁ

ଚିହ୍ନଇ ସଂପର୍କ ଡୋରୀ।।

ମରିଛି ମମତା ଜଳୁଛି ହୀନ୍ୟତା

ହୀନମନ୍ୟ ପଥଚାରୀ

ହୁଗୁଳା ସଂପର୍କ ପ୍ରେମ ପରିପାକ

ଦୃଢିଭୂତ ହୃଦ ମୋରି।।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama