STORYMIRROR

Kabiratna Nutan Kumar Behera

Abstract Drama Inspirational

3  

Kabiratna Nutan Kumar Behera

Abstract Drama Inspirational

କାଳିଆରେ କେମିତି କହିବି ତୋତେ

କାଳିଆରେ କେମିତି କହିବି ତୋତେ

1 min
188

କାଳିଆରେ କାଳିଆରେ

ତୁ ଏକା ତ ମାଲିକ ଏ ଜଗତେ,

          ବସି ମୁଁ ଭାବେ ମନରେ

ମୋ ଜୀବନର ଦୁଃଖ କଷ୍ଟ ଯେତେ,

         କେମିତି କହିବି ତୋତେ

ଆସୁନାହିଁ ଭାଷା ତ କିଛି ମୋତେ ।

କିଏ କଣ ଦେଲା ମୁଁ ନ ଦେଲି

     ସେଥି ପାଇଁ କି ଗଲୁ ରେ ଭୁଲି,

ଦେଖୁଛୁ ତ ଚକାଆଖି ମେଲି

      କେମିତି କହିବି ମୁହଁ ଖୋଲି।

ଭକ୍ତ ଦାସିଆ ବନ୍ଧୁ ମହାନ୍ତି 

      ସାଲବେଗ ପରି କେ ନାହାଁନ୍ତି,

ଭାବି ଅବା ରୁଷିଛୁ କି ଚିନ୍ତି

       ତାଙ୍କ ପରି ମୁଁ ବି ହୋଇଥାନ୍ତି।

କାଳିଆରେ କାଳିଆରେ

ଦାୟୀ ମୁଁ କରୁ ନାହିଁ କାହାକୁ

        କହି ବି ମୁଁ ପାରୁ ନାହିଁ ଆଉ,

ତୋର ଇଚ୍ଛାରେ ଯା' ଦେ ଯାହାକୁ

      ମୁଁ ଅବା କିଏ ବାଧା ଦେବାକୁ

ଯେମିତି ଗଢ଼ିଛୁ ମୋତେ ରେ ତୁ

      ସେମିତି ହୋଇଛି ମୋର ହେତୁ,

ଦୁଃଖେ ଅବା ସୁଖେ ଦିନ ବିତୁ

        ସବୁ ବାଜିରେ ତ ତୁ ହିଁ ଜିତୁ।

କାଳିଆରେ କାଳିଆରେ

ତୁ ଅନ୍ତର୍ଯ୍ୟାମୀ ତୁ ଇଚ୍ଛାମୟ

          ବୁଝି ପାରୁ ସବୁରି ହୃଦୟ,

ତୋ ପାଦେ କେବଳ ମୋର ଲୟ

       ଦୂର କରି ଦେ ତୁ ମୋର ଭୟ।

କରି ତୁ ରେ ପାତର ଅନ୍ତର

         ମୋ ଅନ୍ତରରୁ ଯିବୁନି ଦୂର,

ତୋ ବିନା ଲାଗେ ସବୁ ଅନ୍ଧାର

     ତୁ ମୋ ପଥ ତୁ ହିଁ ମୋ ସଂସାର।

କାଳିଆରେ କାଳିଆରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract