STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ତୋ ପୂଜା ପାଇଁ ଫୁଲଟିଏ ମୁଁ

ତୋ ପୂଜା ପାଇଁ ଫୁଲଟିଏ ମୁଁ

1 min
138


ତୋ ପୂଜା ପାଇଁ ଫୁଲଟିଏ ମୁଁ

    ହେବିରେ କାଳିଆ...ଫୁଲଟିଏ ହେବି,

ମୋ ଦେହେ ମହକ ଦେ ରେ ଭରି

      ରହି ତୋ ଚରଣ ତଳେ ବିତରିବି,

ତୋ ପୂଜା ପାଇଁ ଫୁଲଟିଏ ହେବି ।


ଏ ଯେ ତୋର ବିଶାଳ ଦୁନିଆଁ

  ମାୟା ମୋହେ ଦୁଃଖ କିଆଁ ଭୋଗୁଥିବି ?

ଫୁଲ ପରି ସୁନ୍ଦର ଜୀବନ 

     ନେବାକୁ ଆଶିଷ ତୋର ମାଗୁଥିବି,

ତୋ ପୂଜା ପାଇଁ ଫୁଲଟିଏ ହେବି ।


କୋମଳତା ଭରି ହୃଦେ ମୋର 

       ସଂସାରର ଡାଳେ ନିତି ଫୁଟୁଥିବି,

ରୂପ ଗୁଣେ ଚହଟୁ ଥିବିରେ

      ପ୍ରତିଦିନ ତୋ ପୂଜାରେ ଲାଗୁଥିବି,

ତୋ ପୂଜା ପାଇଁ ଫୁଲଟିଏ ହେବି ।


ମନେ ନ ଥିବ ଦୁଃଖ ଯନ୍ତ୍ରଣା

        ପ୍ରତି ପ୍ରଭାତରେ ଫୁଟି ହସୁଥିବି,

ଦେଖି ଦେଖି ଏ ସୁନ୍ଦର ସୃଷ୍ଟି

      ନାମ ତୋର ଅନ୍ତରେ ମୁଁ ଗାଉଥିବି,

ତୋ ପୂଜା ପାଇଁ ଫୁଲଟିଏ ହେବି ।


ମିଛ ମାୟା ଘେରା ଏ ଜଗତ 

      ଜୀବନ ଜଞ୍ଜାଳେ କାହିଁକି ମୁଁ ଥିବି,

ତୋ ପୂଜା ପାଇଁ ଫୁଲଟିଏ ମୁଁ 

     ହୁଏ ଯଦି ଏ ଜନମେ ଧନ୍ୟ ହେବି,

ତୋ ପୂଜା ପାଇଁ ଫୁଲଟିଏ ହେବି ।






Rate this content
Log in

Similar oriya poem from Abstract