STORYMIRROR

Satyanarayan Sahoo

Abstract Drama Action

3  

Satyanarayan Sahoo

Abstract Drama Action

ଘୁଙ୍ଗୁର

ଘୁଙ୍ଗୁର

1 min
144

ଜୀବନର ଦୋଳି ଗତି କରଇ

ଘୁଙ୍ଗୁର ନିକ୍ୱଣ ଯହିଁ ଶୁଭଇ

ମନୋହର ବାଦ୍ୟ ଅଟେ ଘୁଙ୍ଗୁର

ଅନ୍ୟ ନାମ ତା ର ଜାଣ ନୂପୁର

ନାଟ ମଣ୍ଡପ ରେ ଏହା କୁ ନାଇ

ନଟୁଆ ମାନେ ଲୋ ଥାଆନ୍ତି ନାଚି

ପାଦ ରେ କଟିରେ ନାଇ କି ନାଚି 

ଝୁମୁ ଝୂମୁ ଝୁଣୁ ଝୁଣୁ ଶବଦ

ବାଜଇ ଘୁଙ୍ଗୁର ଆହକ ନାଦେ 

ନର୍ତ୍ତ କ ନର୍ତ୍ତକୀ , ରାଧା ଓ କୃଷ୍ଣ

ଘୁଙ୍ଗୁର ନାଇକ କରନ୍ତି ନାଟ

ତାକ ଧୀନଦିନି ଧିନିକି ଧିନା

ଧେଇକି ଧୀନା ଲୋ ଥେଇକି ଧୀନ

ତାଧିନି ତାଧିନୀ ତାକ୍ ଧୀନ

ଧେଇକୀ ଧିନିକୀ ଥେଇକୀ ଧୀନ

ତଧିନି ଟାଧିନି ଧୀନ। କ୍ ଧିନ

ଥୈ ଥାଇ ଧେଇ ଧୀନ

ବାଇଦ ର ତାଳେ ତାଳେ ନର୍ତ୍ତନ

ବାଜୁଥାଏ ତାହା ଯେ ରଣ ଝୁଣ

ଷ୍ଟିଲ ଖୋଳ ମଧ୍ୟ ଲୁହାର ଗୋଲି

ଭରି କି ଥାଆନ୍ତି ଘୁଙ୍ଗୁର କରି 

ହଲ ଚଲ ହେଲେ ବାଜଇ ତାହା

ଘୁଁ ଘୁଂ ଘୁ ଘୁଣ୍ ନାଦ ନିକିଲେ ଆହା

ଧନ୍ୟ ଲୋ ଘୁଙ୍ଗୁର ଧନ୍ୟ ନାତୁଆ

ନତୁଆଣି ଠାଣି ଧନ୍ୟ ଲୋ ଆହା

ଦିଅଇ ଜୀବନେ ପବିତ୍ର ଶିକ୍ଷା

ଗୁରୁ ଭାବେ ନିତି ଘୁଙ୍ଗୁର ଯାହା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract