STORYMIRROR

Ramachandra Bhutia

Abstract Classics Inspirational

4  

Ramachandra Bhutia

Abstract Classics Inspirational

ବନ୍ଧୁ ଭାବ

ବନ୍ଧୁ ଭାବ

1 min
271

କହିବାକୁ ତୋତେ ଆସିଥିଲି ଦୁଃଖ

ମନେ ଭାବୁଥିଲି ସଖା

ମାଗିଦେବି କାଳେ ସମ୍ପତ୍ତି ତୋହର

ସେ ପାଇଁ ଦେଲୁନି ଦେଖା


ବନ୍ଧୁ ବୋଲି ତୋତେ ଭାବେ ମୁଁ ନିଜର

ତୁ ତ କଲୁ ସାତ ପର

ଦିନ ରେ ଆଲୁଅ ଦେଖେଇ କହିଲୁ

ଚାଲି ଯାଆ ନିଜ ଘର


ସମଦର୍ଶୀ ତୋତେ କୁହନ୍ତି ରେ ପରା

ନାହିଁ ପାତରଅନ୍ତର

ଆଜି ମୁଁ ଜାଣିଲି ଗୁମର ତୋହର

ତୁଚ୍ଛା ଏ ମିଥ୍ୟା ପ୍ରଚାର


ଦୁଃଖୀଟିଏ ଦେଖି ଖିଲିଖିଲି ହସୁ

ଲାଗେ ତୋତେ ଭାରି ମଜା

ଦୀନଜନ ବନ୍ଧୁ ଆରତ ନାଶନ

ମିଛରେ ବଜାଉ ବାଜା


ବଳିୟାର ଭୁଜ ଦେଖି ଭାବିଥିଲି

ଡାକୁଛୁ କି ତୁହି ମୋତେ

ମୋ ପରି କାଙ୍ଗାଳ ବନ୍ଧୁ ଟିଏ ଦେଖି

ଲାଜ ତ ଲାଗିଲା ତୋତେ


ତଥାପି କାଳିଆ ବନ୍ଧୁ ଭାବ ମୋର

ହୋଇନାହିଁ କେବେ ଉଣା

ଦେବା ନେବା ଭାବ ରଖିନି ମୁଁ କେବେ

ଜାଣି ତୁ ହେଉ ଅଜଣା


ବନ୍ଧୁ ବୋଲି ମୋତେ ନ ଭାବିଲେ ନାହିଁ

ମୋର କିବା ଯାଏ ଆସେ

ବନ୍ଧୁ ବନ୍ଧୁ ଡାକି ଶରଣ ପଶିଲି

କାଳିଆ ତୋହରି ପାଶେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract