STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ବନ୍ଧନେ ରଖିଛ କିମ୍ପା

ବନ୍ଧନେ ରଖିଛ କିମ୍ପା

1 min
250

କାହିଁକି ରଖିଛ ବନ୍ଧନେ ପକ୍ଷୀକୁ

  ଛାଡି ଦିଅ ଶୀଘ୍ର ଭାଇ,

ସ୍ବତନ୍ତ୍ର ହୋଇଣ ଉଡ଼ିବ ଆକାଶେ

  ବନ୍ଧନେ ଟି କିମ୍ପ ଭାଇ ।


ନିଜେ ବଲୁ ଅଛ ନିର୍ଭୟ ହୋଇଣ

  କେତେ କଷ୍ଟ କାରାଗାର,

ଚିନ୍ତିତ କଷ୍ଟରେ ନିର୍ବାସନ ଦୁଃଖ

  ମନେ ପଡୁ ନାହିଁ କାର।


ନିରୀହ ପକ୍ଷୀକୁ ଛୋଟ କାଳୁ ଆଣି

  ପଞ୍ଜୁରିରେ ରଖି ଅଛି,

 ଅଛରଖି ତାରେ ମନୋରଞ୍ଜନରେ

  କଷ୍ଟ ବୁଝ ନାହିଁ କିଛି।


ଖାଇବାକୁ ଦିଅ ନିତ୍ୟେ ଚାରି ଥର

  ଜଳ ଦିଅ ପୁଣି ତହିଁ,

କାରାଗାର ପରି ରଖିଛ ତାହାରେ

  ମନ ତାର ବୁଝ ନାହିଁ।


ଉଡ଼ିବା ଜୀବସେ ରହିଛି ବନ୍ଦୀରେ

  ମନେ ତାର କେତେ କଷ୍ଟ,

ଅଡୁ ଛନ୍ତି ପକ୍ଷୀ ଏ ଗଛୁ ସେ ଗଛ

  ଲାଗେ ତାକୁ କେତେ କଷ୍ଟ।


ପଞ୍ଜୁରିରୁ ତାକୁ ଛାଡ଼ି ଦିଅ ଭାଇ

  ଉଡ଼ି ଯାଉ ଉଡା ପକ୍ଷୀ,

ଉଡା ତା ଜୀବନ ଉଡୁ ଥିବ ସଦା

  ସେହୁତ ନିରୀହ ପକ୍ଷୀ।


ଉଡ଼ିବା ପାଇଁ ହିଁ ସୃଷ୍ଟି ହିଁ ତାହାରେ

  ବ୍ରହ୍ମାଣ୍ଡ ସୌନ୍ଦର୍ଯ୍ୟ ପାଇଁ,

ଠାକୁର ଭିଆଣ ବନ୍ଦୀରେ ରଖିଛୁ

  କଷଣ ଦେବାର ପାଇଁ।


କିପରି ମାନବ ହୋଇଛ ଜଗତେ

  ଜୀବ ମଧ୍ୟେ ତୁମେ ଜ୍ଞାନୀ,

ସୃଷ୍ଟିର ଜୀବକୁ ବନ୍ଧନେ ରଖିଛି

  ଅଟୁ କିବା ବାବୁ ଅଜ୍ଞାନୀ


ଛାଡି ଦିଅ ବାବୁ ନିରୀହ ପକ୍ଷୀକୁ

  ଉଡୁ ଥାଉ ସେ ଆକଶେ,

ଦେଖୁ ଥିବୁ ତାର ସ୍ବତନ୍ତ୍ର ରୂପକୁ

   ଆନନ୍ଦ ଖୁସି ଉଲ୍ଲାସେ।


କ୍ଷୁଦ୍ର ପକ୍ଷୀ ସେହୁ ଉଡ଼ିବାରେ ସୃଷ୍ଟି

   ଉଡୁ ଥାଉ ଦିବାରାତ୍ରୀ

କରବନ୍ଦୀ ନାହିଁ ନିରୀହ ପକ୍ଷୀକୁ

   ତୁଟୁ ତାର କାଳରାତ୍ରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational