STORYMIRROR

Pramodini Parichha

Drama

3  

Pramodini Parichha

Drama

ବନ୍ଧନ

ବନ୍ଧନ

1 min
126

ମିଛ ସଂପର୍କକୁ କରିଛି ଆସରା

  ସତକୁ ସାଧନା କରି

ଯାହା ଦେବ ପ୍ରଭୁ ଲଭିବି ସାନନ୍ଦେ

   ନଯିବି କେବେ ମୁଁ ଡରି ।।


ଧରମ ଡାଳରେ ବାନ୍ଧିଛି ମୁଁ ବସା

   କରମକୁ ସାଥେ ଧରି

ମାୟା ଭଉଁରୀରେ ହୁଏ ଛଟପଟ

   ପାରେନା ପଛକୁ ଫେରି ।।


ଭକତି ନାବକୁ ଦେଇଛି ମେଲାଇ

   ମୋ ମନ ଦରିଆ ପାରେ

ଦିପି ଦିପି ଜଳେ ଜୀବନ ପ୍ରଦୀପ

   ପ୍ରାଣପକ୍ଷୀ ଝୁରି ମରେ ।।


କୋଉଠି ରହିଲ ସେ କଳା ଗୋସାଇଁ

   ବାରେ ଦରଶନ ଦିଅ

ଶ୍ରୀଚରଣ ତଳେ କରୁଛି ବନ୍ଦନା,

   ବନ୍ଧନୁ ମୁକତି ଦିଅ ll,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama