STORYMIRROR

Kabiratna Nutan Kumar Behera

Abstract Drama Action

4  

Kabiratna Nutan Kumar Behera

Abstract Drama Action

ମାର୍ଗଶୀର ଗୁରୁବାର ଓଷା

ମାର୍ଗଶୀର ଗୁରୁବାର ଓଷା

2 mins
355


ବାର ମାସରେ ମାର୍ଗଶୀର। ବିଶେଷ ମହତ୍ତ୍ଵ ଯେ ତାର।।

ଓଡ଼ିଆ ସଂସ୍କୃତିରେ ଶ୍ରେଷ୍ଠ। କର୍ମେ ରଖଇ ଏକନିଷ୍ଠ।।

ପରିବେଶ ସ୍ଵଚ୍ଛ ସୁନ୍ଦର। ପ୍ରକୃତି ଦିଶେ ମନୋହର।।

ଶସ୍ୟ ଶ୍ୟାମଳେ ପରିପୂର୍ଣ୍ଣ। ଦେଖି ସନ୍ତୋଷ ହୁଏ ମନ।।

ଧାନ ଅମଳର ସମୟ। ସଂସାର ଲାଗେ ସୁଖମୟ।।

କୃଷକ ହୋଇଥାଏ ଧନ୍ୟ। ଦେଖାଇ ତାର ଅବଦାନ।।

ଶ୍ରମ ସାଧନେ ରଖି ଧ୍ୟାନ।। ସମାଜେ କରଇ କଲ୍ୟାଣ।।

ଏ ମାର୍ଗଶୀର ଗୁରୁବାର। ବାର ମଧ୍ୟେ ଅଟଇ ସାର।।

ମା' ମହାଲକ୍ଷ୍ମୀଙ୍କର ପ୍ରିୟ। ହୁଅନ୍ତି ସେ ସଦା ସହାୟ।।

ଏ ଦିନଟି ପବିତ୍ର ଜାଣି। ପୂଜନ୍ତି ଲକ୍ଷ୍ମୀ ଠାକୁରାଣୀ।।

ଅଭାବ କରିବାକୁ ଦୂର। କରନ୍ତି ଓଷା ବ୍ରତ ବାର।।

ଓଡ଼ିଆ ଘରେ କୁଳବଧୂ। କରି ଓଷା ବର୍ଷାଏ ମଧୁ।।

ନୀତି ନିୟମ ରକ୍ଷା କରି।‌ ସେ ଶୁଭ ମନାସେ ସବୁରି।।

ଘରର ପ୍ରଦୀପ ସମାନ। କୁଳବଧୂଟିର ଜୀବନ।।

କରେ ସେ ଆଲୋକ ପ୍ରଦାନ। ବଢ଼ାଏ ଘରର ସମ୍ମାନ।।

ସବୁରି ସେବା ଯତ୍ନ କରି। ଘରକୁ କରେ ସ୍ଵର୍ଗ ପରି।।

ଦେଖାଇ ଅଶେଷ ମହିମା। ହୁଅଇ ସେ ଲକ୍ଷ୍ମୀ ପ୍ରତିମା।।

ପରିବାରର ସୁଖ ଲାଗି।। ଆଶିଷ ନିଏ ସେ ମାଗି।।

ଏ ଗୁରୁବାରେ ଓଷା ପାଳି। ଦୁଃଖ ବିପଦ ଦିଏ ଟାଳି।।

ନାରୀର ଦାୟିତ୍ଵ କର୍ତ୍ତବ୍ୟ। ପାଳନେ ପୂରାଏ ସମ୍ଭାବ୍ୟ।।

ପ୍ରଭାତୁ ଶଯ୍ୟାଛାଡ଼ି ଉଠେ। ହେଳା ସେ କରେନାହିଁ ମଠେ।।

ଘରକୁ କରି ପରିସ୍କାର। ସଜାଏ କରି ସେ ସୁନ୍ଦର।। 

ଲକ୍ଷ୍ମୀଙ୍କ ପାଦ ପଦ୍ମ ଝୋଟି।। ଲିଖନେ ଶିରୀ ଉଠେ ଫୁଟି।।

ସ୍ନାନ ସାରି ପବିତ୍ର ମନେ। ମାଣ ବସାଏ ଏକ ଧ୍ୟାନେ।।

ଖଟୁଲି ଉପରେ ସଜାଇ। ନୂଆ ଧାନ ସେଠି ରଖଇ।।

ମହାଲକ୍ଷ୍ମୀଙ୍କ ଉପାସନା। କରି କରେ ପୂଜା ଅର୍ଚ୍ଚନା।।

ଶୁଦ୍ଧ ନିର୍ମଳ ସ୍ବଚ୍ଛ ମନେ। ପୂଜେ ଧୂପ ଫୁଲ ଚନ୍ଦନେ।।

ବିଧି ବିଧାନେ ମତେ ପୂଜି। ପୁଣ୍ୟ ଫଳ ରଖେ ଅରଜି।।

ଆଦ୍ୟରୁ ଶେଷ ଗୁରୁବାର।। ପୂଜଇ ରହି ନିର୍ବିକାର।।

ପଢ଼ଇ ମହାଲକ୍ଷ୍ମୀ ପୋଥି।। ପାଳି ଓଷା ବ୍ରତର ତିଥି।।

ଧର୍ମ ଧାରଣେ ସବୁ ନୀତି। ମାନି ଆଣେ ଗୃହେ ପ୍ରଗତି।।

ନାରୀ ଯେ ଲକ୍ଷ୍ମୀଙ୍କ ସ୍ୱରୂପ। ଧନ ବଢ଼ାଏ ସେ ଅମାପ।।

ତା' ପୁଣ୍ୟବଳେ ଶାନ୍ତିସୁଖ। ଦୂରେଇଯାଏ ଯେତେ ଦୁଃଖ।।

ସତ୍ୟ ରଖି ପାଳିଲେ ଓଷା। ପୂର୍ଣ୍ଣ ହୂଏ ସକଳ ଆଶା।।

ଗୁରୁବାର ଓଷା ମହତ୍ତ୍ଵ। ବୁଝେ ଯିଏ ଦିଏ ଗୂରୁତ୍ଵ।।

ସତ୍କର୍ମେ ମିଳେ ପୂଣ୍ୟଫଳ। ପ୍ରାଣୀର ହୁଅଇ ମଙ୍ଗଳ।।

ଜୀବନ କରି ତା' ସାର୍ଥକ। ଆନନ୍ଦେ ଯାଏ ସ୍ଵର୍ଗଲୋକ।।

            






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract