ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ
ଜୟ ସନାତନୀ କୀର୍ତ୍ତି କୀରିଟିନୀ
ସୁସ°ସ୍କାର ଦେବଭୂମି
ବିରଜା ବିମଳା ଭବାନୀ ଭାରତୀ
ବନ୍ଦେ ଉତ୍କଳ ଜନନୀ ।
ପୂତ ପୟ ନଗ ଉତ୍କର୍ଷ ଉତ୍କଳ
ପୁଣ୍ୟତୋୟା ବୈତରଣୀ
ନୀଳଚକ୍ରେ ବାନା ପତିତପାବନ
ଶ୍ରୀକ୍ଷେତ୍ରେ ମଉଡ଼ମଣି ।
ଉଦଘୋଷେ ପ୍ରଣବଧ୍ୱନି
ଚଳେ ବଡ଼ଦାଣ୍ଡେ ଜାତି ନନ୍ଦି
ଘୋଷ
ଜୟ ଜଗନ୍ନାଥ ସ୍ୱ।ମୀ
ବନ୍ଦେ ଉତ୍କଳ ଜନନୀ ।
ସରସ ସୁନ୍ଦର ଚାରୁ ଭୂମଣ୍ଡଳ
ନୃତ୍ୟ ଗୀତ ମଧୁଛନ୍ଦା
ଐତିହ୍ୟ ସମ୍ପନ୍ନା ମନ୍ଦିର ମାଳିନୀ
ଅନନ୍ୟା ସ୍ୱୟଂ ସମ୍ପୂର୍ଣ୍ଣ।
ଉତ୍କଳ ବିଭବ ଲକ୍ଷ୍ମୀ
କାବ୍ୟ ସାହିତ୍ୟ ଜ୍ଞାନ ଓ ବିଜ୍ଞାନେ
ଅପୂର୍ବା ମହତ୍ତ୍ୱ।କାଙ୍କ୍ଷୀ
ବନ୍ଦେ ଉତ୍କଳ ଜନନୀ ।