STORYMIRROR

Ch Loknath Reddy

Classics Inspirational

4  

Ch Loknath Reddy

Classics Inspirational

# ବନ୍ଦେ ଉତ୍କଳ ଜନନୀ #

# ବନ୍ଦେ ଉତ୍କଳ ଜନନୀ #

1 min
228


ଉତ୍କଳ ଭୁବନେ        ମୋହର ଜନମ

          କଳିଙ୍ଗ ମୋହରି ମାତା

ସଭ୍ୟତା ସଂସ୍କୃତି       ଜାତୀୟ ସଂହତି

          ଓଡିଶା ସବୁରି ଦାତା |

ସୁଜଳା ସୁଫଳା        ଶସ୍ୟର ଶ୍ୟାମଳା

           ଓଡିଶା ଆମର ଭୂଇଁ

ଉତ୍କଳ ସମାନ          ସ୍ନେହ ଯଜମାନ

          ଜଗତେ କେଉଁଠି ନାହିଁ |

ମଳୟ ପବନ         ସୁର ସୁର ଗାଏ

            ଉତ୍କଳ ଭୂଇଁର ବାଣୀ

ସାଗର ନାଚଇ        ଲହରୀ ସାହାରେ

           ମାତୃକାର ଗାଥା ଶୁଣି |

ଜଗତର ନାଥ        ସ୍ୱାମୀ ଜଗନ୍ନାଥ

           ବସିଛନ୍ତି ନୀଳାଚଳେ

ପୁଣ୍ୟ ଭୂମି ମୋର       କଳିଙ୍ଗ ଭୁବନ

       ପାଇ ସ୍ୱାମୀଙ୍କୁ ତା' କୋଳେ |

ହିନ୍ଦୁ ଖ୍ରୀଷ୍ଟିଆନ       ଶିଖ ମୁସଲିମ

        ଏକତାରେ ଥାନ୍ତି ଏଠି

ଧର୍ମନିରପେକ୍ଷ        ରାଷ୍ଟ୍ରଟି ଆମର!

        ଭାରତ ଓଡିଶା ମାଟି ||



Rate this content
Log in

Similar oriya poem from Classics