STORYMIRROR

Kalandi pal

Inspirational

4  

Kalandi pal

Inspirational

ବନ୍ଦେ ପୁରୁଷୋତ୍ତମ

ବନ୍ଦେ ପୁରୁଷୋତ୍ତମ

1 min
341


ଚଳନ୍ତି ପ୍ରତିମା ବିଷ୍ଣୁଙ୍କର ସିନା

ଗଜପତି ମହାରାଜା

ଆଦ୍ୟ ସେବକ ସେ ସେବନ୍ତି ହରଷେ

ଜଗତେ ଉଡ଼ନ୍ତି ଧ୍ଵଜା ।।


ଉଣେଇଶ ଶହ ତେପନ ମସିହା

ଉଆସେ ଉଲ୍ଲାସ ଭାବ

ପାଇ ଦିବ୍ୟଜ୍ୟୋତି ଜନମ ଲଭନ୍ତି

ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ।।


ଗଜପତି ବୀର କିଶୋର ଦେବଙ୍କ

କୋଳେ ଉଦେ ପୂର୍ଣ୍ଣ ଚାନ୍ଦ

ମାତା ସୂର୍ଯ୍ୟମଣୀ ପାଟ ମହାଦେଇ

ମନେ ଅପୂର୍ବ ଆନନ୍ଦ ।।


ଶ୍ରଦ୍ଧା ନାମ ଜେନା ମଣୀ କାମାର୍ଣାବ

ଦେଇଥିଲେ ପିତାମାତ

ରାୟ ପୁର ରାଜ କୁମାର କଲେଜ

ଶିକ୍ଷାରେ ହେଲା ସମାପ୍ତ ।।


ସେଣ୍ଟ ଷ୍ଟିଫେନସ୍ କଲେଜରେ ଶେଷ

ସ୍ନାତକ ଇତିହାସରେ

ଆଇନ ପଢ଼ିଲେ ଦିଲ୍ଲୀ କଲେଜରେ

ଡିଗ୍ରୀ କଲେ ଚିକାଗୋରେ ।।


ଉଣେଇଶ ଶହ ସତୁରୀ ମସିହା

ଜୁଲାଇ ସାତ ତାରିଖ

ଅଭିଷିକ୍ତ ହେଲେ ଠାକୁର ରାଜାରେ

ପ୍ରଭୁଙ୍କ ଆଦ୍ୟ ସେବକ ।।


ସଂସାର ବନ୍ଧନେ ବିଧିର ବିଧାନେ

ଉଣେଇଶ ଅଠସ୍ତରି

ଜାମୁ ରାଜ ଜେମା ସ୍ୱ ଗୁଣେ ଉତ୍ତମା 

ହେଲେ ସାଥୀ ସହଚରୀ ।।


ନାମ ଥିଲା ତାଙ୍କ ଵୀନିତା ଚତକ

ପାଣିଗ୍ରହଣର ଦିନ

ହେଲେ ଲୀଳାବତୀ ପାଟ ମହାଦେଇ

ଜାଣିଲେ ଜଗତ ଜନ ।।


ଚାରି ଗୋଟି କନ୍ୟା ଜନକରେ ଗଣା

ଦିବ୍ୟଜ୍ୟୋତି ଦେବଯାନୀ

ଦେଵିକା ଦେବେସୀ ନାମରେ ରୂପସୀ

ରାଜକନ୍ୟା ନାମ ଘେନି ।।


ଚରଣେ ନମନ ହେ ପୁରୁଷୋତ୍ତମ

ଯୁଗେ ଯୁଗେ ବାସ୍ତବରେ

ସସାଗରା ଧରା ଭକ୍ତିର ପସରା

ଢାଳେ ଚରଣ ଯୁଗଳେ।।



Rate this content
Log in

Similar oriya poem from Inspirational