STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ବନ୍ଦେ ମାତା ଦଶ ଭୁଜା

ବନ୍ଦେ ମାତା ଦଶ ଭୁଜା

1 min
405


ବନ୍ଦେ ମାତା ଦଶ ଭୁଜା 

ହିମ ଗିରି ସୁତା

ଅଭୟ ବରଦାୟିନୀ

 ବନ୍ଦେ ଆଦି ମାତା 

   ବନ୍ଦେ ହିମ ଗିରି ସୁତା।


ଦୁର୍ଗତି କାଳ ରେ ଦେବେ ଡାକିଲେ ତୁମକୁ

ଦୁର୍ଗା ରୂପେ ଅବତରି 

  ନାଶି ମହିସା କୁ।

  ବନ୍ଦେ ହିମ ଗିରି ସୁତା ।


ଦଶ ଭୂଜେ ବିଂଶ ପ୍ରହରଣ ଅଛୁ ଧରି

ଦନୁଜ ମାନଙ୍କ ଦର୍ପ ଦେଉଅଛ ଦଳି।

  ବନ୍ଦେ ହିମ ଗିରି ସୁତା ।


ଅକାଳ ବୋଧନ କଲେ ଦେବ ରଘୁ ପତି

ସାହା ହୋଇ ଦଶାନନେ ଦେଇ ଥିଲ ନାଶି।

  ବନ୍ଦେ ହିମ ଗିରି ସୁତା।


ଦଶହରା ପୁଣ୍ୟ ତିଥି ଏ ଶୁଭ ଲଗନେ

ଆରାଧନା କରୁ ମାଗୋ ତୁମ୍ଭ ଶ୍ରିଚରଣେ।

  ବନ୍ଦେ ହିମ ଗିରି ସୁତା।


ଧରା ଧାମୁ ରୋଗ ଶୋକ ନିବାରଣ କର

ଏତିକି ମାଗୁଣି ମାଗୋ ତବ ଶ୍ରୀ ପୟର।

 ବନ୍ଦେ ହିମ ଗିରି ସୁତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational