STORYMIRROR

Bharatabandhu Biswal

Classics Children

3  

Bharatabandhu Biswal

Classics Children

ବନ୍ଦେ ବୀଣାପାଣି

ବନ୍ଦେ ବୀଣାପାଣି

1 min
278


     

      

ବନ୍ଦେ ଭଗବତୀ   ଦେବୀ ସରସ୍ବତୀ

     ବୀଣାନିନାଦିନୀ ବନ୍ଦେ

ବିଜେ ହୁଅ ମାଆ   ବରଦଣ୍ଡ ହସ୍ତେ

    ବସି ଶ୍ୱେତ ହ°ସ ପଦ୍ମେ ।


ଶୁକ୍ଳ ପାଟ ବସ୍ତ୍ର     କରି ପରିଧାନ

      ନାଶ ଅନ୍ଧାର ଅଜ୍ଞାନ

ବନ୍ଦନୀୟ ମାତ     ଅଟ ଜଗତର

    ଅବୋଧ ଆମ୍ଭେ ସନ୍ତାନ ।


ପୂଜନ୍ତି ତୁମ୍ଭଙ୍କୁ    ବ୍ରହ୍ମା ବିଷ୍ଣୁ ଶିବ

     ସାହା ହୁଅ ବାଗଦେବୀ

ଦିଅ ଦିବ୍ୟ ଜ୍ଞାନ   କଣ୍ଠେ ବସି ମାତ

       ଦିଅ ଶୁଭାଶିଷ ବୁଦ୍ଧି ।


ଢ଼ାଳି ମନପ୍ରାଣ &n

bsp;  ଅରଜୁ ସନ୍ତାନ

       ହେଉ ଅଧ୍ୟୟନ ରତ

ବେଦ ଶାସ୍ତ୍ର ପାଠ   ପୁରାଣ ପୁସ୍ତକ

      ହେଉ ସୁଲଭ ଆୟତ୍ତ ।


ବିଦ୍ୟା ପ୍ରଦାୟିନୀ   ବନ୍ଦେ ବୀଣାପାଣି

       ମୁକ୍ତା ରତ୍ନ ବିଭୂଷିତା

କାମ୍ୟେ ସଦଜ୍ଞାନ    ବନ୍ଦେ ପାଦପଦ୍ମ

       ପୂର୍ଣ୍ଣ କର ମନ ବାଞ୍ଛା ।


ଆହରି ସୁଗୁଣ     ବିନମ୍ର ସ୍ୱଭାବ

       ଉଜ୍ଜ୍ୱଳ ରତ୍ନ ଭଣ୍ଡାର

ବିକଶୁ ପ୍ରତିଭା    ଜଗତ କଲ୍ୟାଣେ

       ଦିଅ ମା ଅଭୟ ବର ।

           



Rate this content
Log in

Similar oriya poem from Classics