STORYMIRROR

Writer Roja Panda

Inspirational

3  

Writer Roja Panda

Inspirational

ବନ୍ଦେ ଭାରତ

ବନ୍ଦେ ଭାରତ

1 min
276


ଆଜି ଆସିଛି ଆସିଛି ସେଇ ଦିନ

ଚାଲ ଗାଇବା ମିଶି ବନ୍ଦେ ମାଆତରଂ

ଧୀରେ ଧୀରେ ବହଇ ପବନ

ଉଡେ ତ୍ରିରଙ୍ଗା ଛୁଇଁ ଗଗନ

ଯେଉଁ ଶୁଭ ମାହେନ୍ଦ୍ରି ବେଳାରେ

ଏଇ ପୁଣ୍ୟ ଭାରତ ଭୁଇଁରେ

ଉଇଁଥିଲା ସୁଖ ତପନ ଟେ

ତାକୁ ଭୁଲିବା କେମିତି ସତେ

ଆଜି ଆସିଛି ଆସିଛି ସେଇ ଦିନ

ଚାଲ ଗାଇବା ମିଶି ବନ୍ଦେ ମାଆତରଂ

ଆମ ଶାସନ ଆଜି ଆମ ହାତେ

ଶସ୍ୟ ଶ୍ୟାମଳା ବସୁଧା ଦିଶେ କେତେ

ଆମ ମୁଲକ ପାଇଁ ସଭିଏଁ

ଆସ ଗାଇବା ଭଜନ ଟିଏ

ଆମ ତ୍ରିରଙ୍ଗା ବାନାର ତଳେ

ମିଶି କହିବା ଗୋଟିଏ ସ୍ଵରେ

ଦେବା ଜୀବନ ମାଟିମାଆ ପାଇଁ

ତାଠୁ ଗୌରବ ଆଉ କିଛି ନାହିଁ

ଆଜି ଆସିଛି ଆସିଛି ସେଇ ଦିନ

ଚାଲ ଗାଇବା ମିଶି ବନ୍ଦେ ମାଆତରଂ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational