ବନ୍ଦ-୨
ବନ୍ଦ-୨
ହୋ ଅନ୍ୟ ଗ୍ରହବାସୀ..!
ଦେଖିଲଣି
ନୂଆ ସୂର୍ଯ୍ୟ ଆଣିଛି ସୁଖ ପରୱ।ନା ,
ପୃଥ୍ବୀ ବିଦାରି ଅମୃତ-ପ୍ରେମଫଳ ଦାନା..!?
ଆସ..! ସ-ଆଗ୍ରହେ ଗ୍ରହଣ କର
ଆକାଶ ଚିରି ବେଢିପକାଅ ବାର-ହାତ କନା ,
କିନ୍ତୁ ସର୍ତ୍ତାବଳୀ ଲାଗୁ..!!
ଦୂତ ଆଗେ ଟେକିଦିଅ ସ୍ବାଭିମାନୀ ମୁଣ୍ଡ
ଖୋଲନି ସତ୍ୟ ଆଉ ଭୋକର ଦରଜ
ଅନିର୍ଦ୍ଦିଷ୍ଟ କାଳ ଛୁଟି ଦେଇ ବିବେକକୁ ମୁଣ୍ଡେଇ ନିଅ ଯୁଗବ୍ୟାପ୍ତ କରଜ..!!
ଝର୍କା ସେପାଖୁ ଆକଳନ କର ପୃଥ୍ବୀବାସୀଙ୍କ ଦେହର ପୁଲକ,
ନିଆଁରେ ଜିଅଁ ନର୍କରେ ଜିଅଁ
ପ୍ରତିଶ୍ରୁତିରେ ଜିଅଁ ପ୍ରତିଶ୍ରୁତିରେ ମାରିଦେଇ ଭୋକ..!!
ବଡ଼ ଅଦ୍ଭୁତ ନା ଏ ଦୃଶ୍ୟ..!?
ଅନାବିସ୍କୃତ ଆକାଶ ତଳେ ଅଧିବେଶନ
ଭୋକ ଭରଣ ପାଇଁ ଭୋକର ଦହନ ,
ଜୀବନ ବଦଳରେ ଅନେକ ଜୀବନ
ଗୋଟେ ଜିଭର ତାଣ୍ଡବ ଆଗରେ ସହସ୍ର ଶବ୍ଦ ମୂଲ୍ୟହୀନ
କିନ୍ତୁ କେତେଦିନ..!?
ହେ ମୋର ପ୍ରିୟ ପୃଥ୍ବୀବାସୀ..!!
କଳ୍ପିତ ରାମରାଜ୍ୟ କଥାଚିତ୍ର ସ୍ୱପ୍ନରେ ନୁହେଁ
ବେଳେ ବେଳେ ବାସ୍ତବରେ ଜିଅଁ ,
ରକ୍ତ ନୁହଁ, ଲୁଣି ଝାଳରେ ଏ ମାଟି ପାଦ ଧୋଇଦିଅ ,
ଦେଖିବ ସମୟ କହିବ
ଦାରୁଣ ଚାବୁକ ପ୍ରହାରେ ଏ ଦେଶ କେବେ ଆଣ୍ଠୁମାଡ଼ି ଅଟକି ନଥିଲା
ବନ୍ଦ୍ ନଥିଲା କେବେ ତା ଶାନ୍ତି ଆଉ ପ୍ରଗତି ରଥ ଚକ..!!
ଏବେ ଅନ୍ୟ ଗ୍ରହ ନୁହେଁ ପୃଥ୍ବୀରେ ହିଁ ରହିବା ଶିଖ..!!
