Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Crime Inspirational Others

3  

Chittaranjan Nanda

Crime Inspirational Others

ବଳାକ୍ତାରୀକୁ ଦଣ୍ଡ

ବଳାକ୍ତାରୀକୁ ଦଣ୍ଡ

1 min
176



ସମାଜରେ କିଛି ଲୋକ ନଜାଣି ଦିଅନ୍ତି 

ବଡ ଉପଦେଶ 

ଅପରାଧୀକୁ ଫାଶୀ ଦେଇ ଦେଲେ ଅପରାଧ 

ହୋଇବ ଶେଷ |୧|


କିଛି କୁହନ୍ତି ଅପରାଧୀକୁ ଏନକାଉଣ୍ଟର 

କରି, ଦିଅ ମାରି

ସମାଜରେ ଅପରାଧ ଯେତେ ଡରରେ 

ଯିବରେ ଛାଡି |୨|


ଉଲଗ୍ନ କରାଇ ଲୁଣ ଲଙ୍କା ଦେଇ ମହୁ 

ମାଛି ଦେଲେ ଛାଡି 

ସେଇପରି ଦଣ୍ଡରେ କଷ୍ଟ ପାଇ ସେ ରାସ୍ତା

ରେ କରିବ ରଡ଼ି |୩|


ଅନ୍ୟ ମାନେ ଅପରାଧ କରିବା ଆଗରୁ 

ଭାବିବେ ଶହେ କଡ଼ି 

ଏହା ଫଳରେ ସମାଜରୁ ଯେତେ ସବୁ 

ଅପରାଧ ଯିବ ତ ଛାଡି |୪|


ଏକ ଶହ ଷାଠିଏ ବର୍ଷ ତଳେ ପରା ରେପ୍

ଜଘନ୍ୟ ଅପରାଧ ଥିଲା

ବହୁ ଦଣ୍ଡ ବିଧି ହେଲା, ଏନକାଉଣ୍ଟର ମଧ୍ୟ 

ହେଲା, ଫାଶୀ ଦଣ୍ଡ ବ୍ୟବସ୍ଥା ହେଲା |୫|


ଗାଆଁ ଗହଳିରେ ବହୁତ ପ୍ରକାରର ହୀନ ଦଣ୍ଡର 

ବ୍ୟବସ୍ଥା ତ ହୋଇଛି

ସମାଜରୁ ଏହି ଜଘନ୍ୟ ଅପରାଧ ଓ ଅପରାଧୀ

କଅଣ ଲୋପ ପାଇଛି |୬|


ଅପରାଧ ପଛେ ଅଛି ନାରୀକୁ ନିର୍ବଳ ବୋଲି 

ମାନିବା ହୀନ ମନୋବୃତ୍ତି

ଯୁଗେ ଯୁଗେ ଧରି ଶାସନତନ୍ତ୍ର ସହ ମିଶି ସେ 

ମାଂସ ଖିଆ ଦଳ ଘୁରି ବୁଲନ୍ତି |୭|


ସ୍ତ୍ରୀ ଜାତିକୁ ଭାବନ୍ତି, ସେ ଏକ ବିଳାସ ବ୍ୟସନ

ର ଦ୍ରବ୍ୟ ଓ ଏକ ସମ୍ପତି

ରାଜସ୍ବ ଲୁଟିବା ସଦୃଶ ଅବଳା ନିର୍ବଳାଙ୍କୁ ଲୁଟିବା

ଅଟେ ପରା ତାଙ୍କର ନୀତି |୮|


ଜନତା ସଚେତନ ନହେଲେ କିଛି ତାଙ୍କର ହଉ

ନଥିଲା ଅବା କିଛି ହେବନି କ୍ଷତି

ସେହି ମନୋବୃତ୍ତିର ଜୀବାଣୁର ସଂକ୍ରମଣରେ ତ

ଅଣାୟତ୍ତ ହୁଏ ପରିସ୍ଥିତି |୯|


ମନେ ରଖ ମୋ ଭଉଣୀ ଭାଇ ସେହି ଚିନ୍ତାଧାରା

ପଛରେ କଅଣ କାରଣ

ନିଶ୍ଚିତ ତାହା ଏକ ଘୃଣ୍ୟ ଚିନ୍ତାଧାରା ପ୍ରତିଫଳିତ

ସାମାଜିକ ବାତାବରଣ |୧୦|



Rate this content
Log in

Similar oriya poem from Crime