Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Abstract Crime

3  

Chittaranjan Nanda

Abstract Crime

ନ୍ଯାୟ ପାଳିକାର ନୀରବତା

ନ୍ଯାୟ ପାଳିକାର ନୀରବତା

1 min
226



ଶୋଣିତେ ଭରା ଆନ୍ଦୋଳନରେ 

ପାଇଛି ମୁଁ ଏ ସ୍ୱାଧୀନତା 

ଶୁଣିଛି, ଫିରଂଗୀ ସେନା ବିରୁଦ୍ଧେ 

ବୀରଙ୍କ କିରତି ଗାଥା ।


ସ୍ୱାଧୀନତା ସଂଗ୍ରାମୀ ସହୁଥିଲେ କଷ୍ଟ, 

ସମାଜେ ଥିଲା ସ୍ଥାଣୁତା

ନ୍ୟାୟ ପାଳିକା ମାଧ୍ୟମେ ସେଡିଶନ 

ଅପରାଧେ ଭୋଗୁଥିଲେ ବ୍ୟଥା ।


ପାଇଲେ ବହୁ କଷ୍ଟେ, ଆମେ ଗୋରାଂକ

ଛଳବଳ ଠାରୁ ସ୍ୱାଧୀନତା

ଭାବିଥିଲେ ଦେଶର ନ୍ଯାୟ ପାଳିକା ହେବ

ଏକ ମନ୍ଦିର, ତୁଟିବ ସମ୍ପର୍କର ଦୂରତା ।


ନ୍ଯାୟ ପାଳିକା ହେବ ଏକ ମନ୍ଦିର, ତହିଁ

ବିରାଜିତ ଅଛନ୍ତି ଈଶ୍ବର

ଭୁଲି ଘୃଣା ବିକାର ସଭିଙ୍କୁ ଭାବି ଏକାକାର

ଦେବେ ସମସ୍ତଂକୁ ସ୍ନେହ ଆଦର ।


ଦେଖି ପାରୁନାହଁ, କିପରି ରକ୍ଷକ ଆଜି 

ତ ଭକ୍ଷକ ସାଜିଛି

ଦେଶର ଉନ୍ନତି ନାମେ କିପରି ପୁଞ୍ଜିପତିର

ଲୁଟପାଟ ଚାଲିଛି ।


ଟିକିଏ ପ୍ରତିରୋଧ କଲେ ଶାସକ ସେଡିଶନ 

ଅପରାଧେ ବ୍ୟଥା ଦେଉଛି

ନ୍ଯାୟ ପାଳିକାଙ୍କର କଅଣ ଆଖିରେ ପଟି,

ଅନ୍ଯାୟ ଅନୀତିର ଖଟି ଚାଲିଛି ।


ସ୍ୱାଧୀନ ଦେଶରେ ଦେଖ ଗ୍ଯାନ, ଗୁଣ, ବୁଦ୍ଧି 

ମଣିଷ ଆଜି ଭାଗ୍ଯ ହୀନା

ଦୋଷୀ ଅପରାଧି ବ୍ଯଭିଚାରୀ ଅକାଳ କୁଷ୍ମାଣ୍ଡର 

ଏ ଦେଶେ ଉଡୁଛି ବାନା ।


ଅନ୍ୟାୟ ଅତ୍ୟାଚାର ପରିସମାପ୍ତି ନିଶ୍ଚୟ, 

ମୁହିଁ ପୁରା ଆଶାବାଦୀ

ଏ ଅସୁମାରୀ ଅହେତୁକ ଚିନ୍ତା, ନ୍ଯାୟ ପାଳିକାର

ନୀରବତା, ହୋଇବ ଇତି ।



Rate this content
Log in

Similar oriya poem from Abstract