STORYMIRROR

BHAGABANA NAIK

Tragedy Crime

3  

BHAGABANA NAIK

Tragedy Crime

ଗାନ୍ଧୀ କେଉଁଠି ଲୁଚିଛ ଆଜ

ଗାନ୍ଧୀ କେଉଁଠି ଲୁଚିଛ ଆଜ

1 min
205


ସତ୍ଯ, ଅହିଂସାରେ ବ୍ରତୀ ହୋଇ ତୁମେ

ସ୍ବପ୍ନ ଦେଖିଲ ରାମରାଇଜ,

କଥାରେ ଲେଖାରେ ରାମରାଜ୍ଯ ଚାଲେ

ଗାନ୍ଧୀ,କେଉଁଠି ଲୁଚିଛ ଆଜ?


ଶ୍ରମେ ପଡିଲାଣି ଶ୍ରମିକର ଅଣ୍ଟା 

ପାଉନି ଦି'ମୁଠା ଭାତ, 

ତେଲିଆମୁଣ୍ଡରେ ତେଲ ଢ଼ାଳି ଦ୍ଯନ୍ତି-

ଗରିବର ପେଟେ ନାତ ।

ପେଟ ପାଇଁ ମାଆ ପିଲାବିକ୍ରି କରେ 

କୁଆଁରୀ ବିକୁଛି ଦେହ, 

ଯୌତୁକ ଜୁଇରେ ଜଳୁଛି ସଧବା 

କୋଣେ ସେ ଝରାଏ ଲୁହ। 

ଧରମ ନାମରେ ଭଣ୍ଡାମି ଚଳେ 

(ହୁଏ) ପାପପୂଣ୍ଯ କିଣାବିକା, 

ତୁମ ନାମେ ଗାନ୍ଧୀ ରଙ୍ଗ ବଦଳେଇ 

ଧର୍ମର ଲଗାନ୍ତି ଠିକା। 

ଭାଇଠାରୁ ଭାଇ ଭିନେ ହେଉଅଛି 

ପ୍ରେମ୍, ବିଶ୍ବାସ ପଡ଼େ ବନ୍ଧା, 

ରକ୍ଷକ ଏଠି ଭକ୍ଷକ ସାଜଇ

ଦେଖି ଟଙ୍କା ଗଦା ଗଦା। 

ସୁରକ୍ଷିତ ନୁହେଁ ସ୍ବାଧୀନତା ଏଠି 

ଜାତି ଧର୍ମେ ଲାଗେ ନିଆଁ, 

ଦଙ୍ଗା-ଖଣ୍ଡାଧାରେ ସ୍ବେଚ୍ଛାଚାର ଚାଲେ 

ଦେଖାନ୍ତି ବଳ, ବାହା। 

ନାହିଁ ଦୟା, କ୍ଷମା ଶାନ୍ତି ଭାବନା 

ଚାଲୁଛି ରାବଣରାଜ, 

ବନ୍ଧା ପଡ଼ିଛି ଏଠି ସପନ ତୁମର 

ଗାନ୍ଧୀ, କେଉଁଠି ଲୁଚିଛ ଆଜ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy